ହନୁମାନ ମନ୍ଦିରର ନୂତନ ଗୋଷ୍ଠୀ କେନ୍ଦ୍ର ଭାଙ୍ଗିଲେ ଦୁର୍ବୃତ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆର୍ଗଦା ହନୁମାନ ମନ୍ଦିରର ନୂତନ ଗୋଷ୍ଠୀ କେନ୍ଦ୍ର ଭାଙ୍ଗିଲେ ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଖଳଣା‍ ପଞ୍ଚାୟତ ଆର୍ଗଦା ସ୍ଥିତ ହନୁମାନଙ୍କ ମନ୍ଦିର ନିକଟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ମିତ ହେଉଥିଲା ନୂତନ ଗୋଷ୍ଠୀ କେନ୍ଦ୍ର ଗୃହ ।

ତେବେ ସୂଚନା ଅନୁସାରେ, ଗତକାଲି ରାତିରେ ଦୁର୍ବୃତ୍ତ ମାନେ ସେହି ନୂତନ ଗୋଷ୍ଠୀ କେନ୍ଦ୍ର ଗୃହ ଭାଙ୍ଗି ଦେଇଛନ୍ତି । ତେବେ ଆଜି ମନ୍ଦିର କମିଟି ପକ୍ଷରୁ ଆଜି ମନ୍ଦିର କମିଟି ପକ୍ଷରୁ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି  |

ଅଭିଯୋଗ ପରେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଥିବାବେଳେ ବ୍ଲକ ପ୍ରସାସନ ପକ୍ଷରୁ ମଧ୍ୟ ବିଭାଗିୟ ଯନ୍ତ୍ରୀ ସ୍ଥାନ ପରିଦର୍ଶନ କରିଛନ୍ତି | ତେବେ ଯେଉଁ ଦୁର୍ବୁତ୍ତ ମାନେ ଏପରି କାର୍ଯ୍ୟ କରିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବମୀ କହିଛନ୍ତି ।

Leave A Reply

Your email address will not be published.