ଅଫିସରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗ୍ରୀଷ୍ମ ଛୁଟି ପରେ ସ୍କୁଲ ପରିସର ସଫା ନ କରି ଅସ୍ୱାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ ପଢ଼ା ଯାଉଥିଲା। ଏହାର ପ୍ରତିବାଦରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଦେଇଛନ୍ତି ଅଭିଭାବକ।

ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟକୁ ପରିଷ୍କାର ନ କରି ପିଲାମାନଙ୍କୁ ଅସ୍ଵାସ୍ଥ୍ୟକର ପରିବେଶରେ ପାଠ ପଢାଯାଉଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ପରିସରରେ ଜଙ୍ଗଲ ସୃଷ୍ଟି ହୋଇଛି। ସ୍କୁଲ ଭିତରେ ଅଳିଆ ଆର୍ବଜନା ଗଦା ହୋଇରହିଛି। ଫଳରେ ଏଭଳି ପରିବେଶରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବାକୁ ଛାଡିବାକୁ ଅଭିଭାବକମାନେ ସୁରକ୍ଷିତ ମଣୁନାହାନ୍ତି।

ଏହି ଘଟଣାକୁ ନେଇ ଆଜି ସକାଳେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଫିସ ଭିତରେ  ତାଲା ପକାଇ ଦେଇଥିଲେ ଅଭିଭାବକ। ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି। ପରେ ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.