ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଛ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲୀ ଡୁଙ୍ଗରିପଡାର ଘଟଣା । ଗଛ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଶ୍ରମିକ ଜଣଙ୍କ ।

ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ । ସୂଚନା ମୁତାବକ, ଡୁଙ୍ଗରିପଡାରେ ରହୁଥିବା ଜଣେ ଡାକ୍ତର ନିଜ ଘର ନିକଟରେ ଥିବା ଗଛ କାଟିବା ପାଇଁ କୁମାରଙ୍କୁ ଡାକିଥିଲେ। ଗତକାଲି କୁମାର ଡାକ୍ତରଙ୍କ ଘର ପାଖରେ ଥିବା ଗଛ କାଟୁଥିଲେ।

ଗଛ କାଟୁଥିବା ସମୟରେ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ କୁମାର ଆସିଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଛି । କୁମାରଙ୍କ  ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.