ବଢ଼ିଲା ସୁନା ଦାମ୍‌, ଜାଣନ୍ତୁ ଆଜି କେତେ ରହିଛି ସୁନା ଦର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆରମ୍ଭ ହୋଇସାରିଛି  ବାହାଘର ସିଜନ । ବିବାହ ପାଇଁ ଗହଣା ବି ଜୋରସୋରରେ କିଣା ଚାଲିଛି । ଏହି ସମୟରେ ଗ୍ରାହକଙ୍କୁ ଲାଗିଛି ଝଟ୍‌କା । କାରଣ ଆଜି ସୁନା ଦର ବୃଦ୍ଧି ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୯୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୦୪୦ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୬,୫୦୦ ଟଙ୍କା ଏବଂ  ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୧,୬୪୦ ଟଙ୍କା ହୋଇଛି । କଟକରେ ମଧ୍ୟ ସୁନାର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି  ।

ଗତକାଲି ତୁଳନାରେ ସୁନା ଦର ବୃଦ୍ଧି ପାଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍  ସୁନାର ମୂଲ୍ୟ ୫୬,୫୦୦ ଟଙ୍କା ଓ ୨୪ କ୍ୟାରେଟ୍ ମୂଲ୍ୟ  ୬୧,୬୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୨,୬୫୦ ଟଙ୍କା ଓ ୬୧,୭୯୦ ଟଙ୍କା ରହିଛି । ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨, ୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୫୫,୭୦୦ ଟଙ୍କା ଓ ୬୦,୭୬୦ ଟଙ୍କା ରହିଛି । ସେହିପରି ରୁପା ମୂଲ ୭୫,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଦିନକୁ ଦିନ ସୁନା ଦରରେ ଏଭଳି ପରିବର୍ତ୍ତନ ସାଧାରଣ ଗ୍ରାହକଙ୍କୁ ନୁରାଶ କରିଛି ।

Leave A Reply

Your email address will not be published.