ଦେଶବାସୀଙ୍କ ପାଇଁ ରେଳମନ୍ତ୍ରୀ ଦେଲେ ବଡ଼ ଭେଟି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶବାସୀଙ୍କ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଣିଲେ ବଡ଼ ଭେଟି ।  ୫ ବର୍ଷ ବିତରେ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା ରହିବ ନାହିଁ । ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ। ଏମିତି ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର ।

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରଧାନମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିବା ଅଶ୍ୱନୀ ବୈଷ୍ଣବ କହିଛନ୍ତି । ଗତ ୧୦ ବର୍ଷରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ବିରାଟ ରୂପାନ୍ତରଣ କରିଛନ୍ତି ମୋଦି ସରକାର । ସମସ୍ତ ଯାତ୍ରୀଙ୍କ ଟିକଟ କନଫର୍ମ ହେବ । ଯାତ୍ରୀମାନଙ୍କୁ ଆଉ ପୂର୍ବରୁ ପରି ୱେଟିଂ ଲିଷ୍ଟରେ ରହିବାକୁ ପଡିବ ନାହିଁ । ନିଜ ଗନ୍ତବ୍ୟସ୍ଥଳକୁ ସୁବିଧାରେ ପହଞ୍ଚି ପାରିବେ ଯାତ୍ରୀ ।” ସେ ଆହୁରି କହିଛନ୍ତି, “୨୦୧୪ରୁ ୨୦୨୪ ମଧ୍ୟରେ ୩୧ ହଜାର କିଲୋମିଟରର ନୂତନ ଟ୍ରାକ୍ ନିର୍ମାଣ ହୋଇଛି । ଯେଉଁଥିରୁ ୫ ହଜାର କିଲୋମିଟର ଇଲେଟ୍ରିଫାଏଡ ରହିଛି ।

ଗତ ୧୦ ବର୍ଷ ମଧ୍ୟରେ ୫୪ ହଜାର ନୂଆ କୋଚ୍ ଗଠିତ ହୋଇଛି । ” ସେହିପରି ଦେଶର ପ୍ରଥମ ବୁଲେଟ୍ ଟ୍ରେନ ୨୦୨୬ରେ ଗଡ଼ିବ ବୋଲି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ବୁଲେଟ୍ ଟ୍ରେନ ଅହମ୍ମଦାବାଦରୁ ମୁମ୍ବାଇ ଯାତ୍ରା କରିବ । ଏଥିପାଇଁ ୨୯୦ କିଲୋମିଟରରୁ ଅଧିକ କାମ ସରିଛି । ବର୍ତ୍ତମାନ ୧୨ଟି ଷ୍ଟେସନରେ ଦ୍ରୁତ ଗତିରେ କାମ ଚାଲିଛି ।

Leave A Reply

Your email address will not be published.