ବମ୍ବେ ଛକରେ ଜାତୀୟ ରାଜପଥ ଅବରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବମ୍ବେ ଛକରେ ଜାତୀୟ ରାଜପଥ ଅବରୋଧ। ରାସ୍ତା ମଝିରେ ଶବ ଗାଡ଼ି ରଖି ବିରୋଧ ପ୍ରଦର୍ଶନ। ଅଭିଯୁକ୍ତ ବିଜେଡ଼ି ଦଳର ଗୁଣ୍ଡା ଯୁବକଙ୍କୁ ଗିରଫ ଦାବୀରେ ରାସ୍ତା ଅବରୋଧ।ବମ୍ବେ ଛକରେ ଜାତୀୟ ରାଜପଥ ଅବରୋଧ। ରାସ୍ତା ମଝିରେ ଶବ ଗାଡ଼ି ରଖି ବିରୋଧ ପ୍ରଦର୍ଶନ।

ପ୍ରତିବାଦ କରିଛନ୍ତି ମୃତ ଯୁବକ ଗୋପାଳ ମହାନ୍ତର ସମ୍ପର୍କୀୟ ଓ ପରିବାର ଲୋକ। ଗତକାଲି ଦିନ ଦୁହିପର ସମୟରେ ବିଜୁ ଯୁବ ଜନତା ଦଳର ଯୁବକ ମାନଙ୍କ ଦ୍ଵାରା ଅତର୍କିତ ଭାବେ ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏନେଇ ଝାରପୋଖରିଆ ଥାନାରେ ୬ଜଣ ଅଭିଯୁକ୍ତ ବିଜେଡ଼ି ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା।

ପୋଲିସ ମାମଲା ରୁଜ୍ଜୁ କରି ଦୁଇ ଜଣଙ୍କୁ ଅଟକ ରଖିଛି। ତେବେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଯୁବକ ମାନଙ୍କୁ ଗିରଫ ଦାବୀରେ ଧାରଣାରେ ବସିଛନ୍ତି। ଅବରୋଧ ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ମୃତକ ପରିବାରଙ୍କୁ ବୁଝାଶୁଝା ଜାରିରଖିଛି। ଉଭୟ ପଟରେ ଶତାଧିକ ଯାନବାହାନ ଅଟକ ରହିବା ସହ ଚଳାଚଳ ବନ୍ଦ ରହିଛି।

Leave A Reply

Your email address will not be published.