ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁର ରାମେଶ୍ଵରମ ଷ୍ଟାଡିୟମରେ ଅପରାହ୍ନ ସାଢେ 4ଟାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ଶାହ । ପରେ ସଂଧ୍ୟାରେ ସେ ଭୁବନେଶ୍ବର ଫେରିଯାଇ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବେ ଶାହ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବାର କାର୍ଯ୍ୟକ୍ରମ ରହିଛି। ସୋନପୁର ସଭାରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ। ଓଡ଼ିଶାରେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ। ଲଢେଇ ପାଇଁ ବିଗୁଲ ବଜାଇବେ ଶାହ। ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତା ସହ ନିର୍ବାଚନକୁ ନେଇ କରିବେ ମାନସ ମନ୍ଥନ । ୨୪ ଲଢେଇ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି ।

ଭୁବନେଶ୍ୱରରେ ଶାହଙ୍କ ରାତି ରହଣୀ କାର୍ଯ୍ୟକ୍ରମ ରହିଛି । ଅମିତ ଶାହଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଶିବିରରେ ପ୍ରବଳ ଉତ୍ସାହ । ଶାହଙ୍କ ଗୁରୁମନ୍ତ୍ର ସହ 2024 ଲଢେଇ ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ବିଜେପି । ଆଜି ଭୁବନେଶ୍ଵରରେ ଶାହ ରାତ୍ରି ରହଣୀ ମଧ୍ୟ କରିବେ । ଏହା ସହ ଏକ ଘରୋଇ ହୋଟେଲରେ ସନ୍ଧ୍ୟା ୭ଟାରୁ ପର୍ଯ୍ୟାୟକ୍ରମେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଯାହା ସୂଚନା ମିଳିଛି ତିନୋଟି ପର୍ଯ୍ୟାୟରେ ଭୁବନେଶ୍ଵରରେ ବୈଠକ ନେବେ ।

Leave A Reply

Your email address will not be published.