ଗ୍ରାମକୁ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗ୍ରାମ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଉନ୍ନତିକରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରଦାନ କରିବା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡା ଗ୍ରାମ ପଞ୍ଚାୟତର ହୀରାପୁର ଗ୍ରାମକୁ ସଂଯୋଗ ପାଇଁ ଦୁଇ ଗୋଟି ରାସ୍ତା ରହିଛି।

ବାରିପଦା-ଉଦଳା ରାଜ୍ୟ ରାଜପଥକୁ ସଂଯୋଗ ରାସ୍ତା ମାଟି ରାସ୍ତା ଅଟେ। ଆଜି ବି ବର୍ଷା ଦିନରେ ପାଣି କାଦୁଅରେ ପଚ ପଚ ହୋଇ ଲୋକ ଯାତାୟାତ କରୁଛନ୍ତି। ଉକ୍ତ ଗ୍ରାମରେ ବହୁ ପରିବାର ବର୍ଷ ବର୍ଷ ଧରି ବସବାସ କରୁଛନ୍ତି। ବାରମ୍ବାର ଦାବି ପରେ ବି ସଂଯୋଗ କରିବା ପାଇଁ ଥିବା ରାସ୍ତାଟି ନିର୍ମାଣ ହେଉନାହିଁ। ଯାହା ଫଳରେ ମାଟି କାଦୁଅ ରାସ୍ତାରେ ପିଲାମାନେ ସ୍କୁଲ, କଲେଜ ଆଦି ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀକୁ ଆଣିବା ପାଇଁ ଆମ୍ବୁଲାନ୍ସଟି ଯିବା ମଧ୍ୟ କାଠିକର ପାଠ ହେଉଛି।

ତେବେ ଉକ୍ତ ସମସ୍ୟାର ସମାଧାନ କରି ନୂତନ ରାସ୍ତା ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୋଣସି ସୁଫଳ ହେଲାନାହିଁ। ବର୍ଷା ଦିନରେ ବହୁ କଷ୍ଟରେ ଯାତାୟାତ କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେଣୁକରି ଏକ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଯଶୋମଣି ମହାନ୍ତ, ଗୁରୁବାରୀ ମୁର୍ମୁ, ମଙ୍ଗୁଳି ହାନ୍ସଦା, ହୀରାମଣି ମୁର୍ମୁ, କାଲିଚରଣ ମାରାଣ୍ଡି ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.