ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର ।  ବଡଦେଉଳକୁ ଲାଗି ଥିବା ବରାହ ମନ୍ଦିରରୁ ଖସିଲା ପଥର। ଆଜି ଭୋର ସମୟରେ ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତରେ କଣା ହୋଇଛି। ପଥରକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ଏଏସ୍ଆଇକୁ ସୂଚନା ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଏଏସ୍‌ଆଇ ଓ ରାଜ୍ୟ ସରକାର କହି ଆସୁଛନ୍ତି । କିନ୍ତୁ ବଡ ଦେଉଳର ସଂରକ୍ଷଣ କାର୍ଯ୍ୟରେ ଅବହେଳା ହେଉଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରେମୀ । ଗତ କିଛଦିନ ତଳେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟର ତଳ ପାର୍ଶ୍ଵରେ ଫାଟ ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା । ଗୁମୁଟର ତଳେ ଥିବା ପଦ୍ମ ଭଳି ପାଖୁଡ଼ା କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଫାଟି ଯାଇଛି । ଏଠାରେ ଲାଗିଥିବା ପଥରରେ ଏକାଧିକ ଫାଟ ରହିଛି । ଯାହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଉଛି । ଆଗାମୀ ଦିନରେ ଏହା ଗୁମୁଟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ଗୁମୁଟ ଭୁଷୁଡି ପଡ଼ିବାର ଆଶଙ୍କା କରାଯାଇଛି ।

ସେପଟେ ଏହି ଘଟଣା ନଜରକୁ ଆସିବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର, ଏଏସ୍‌ଆଇର ଅବହେଳା ପାଇଁ ଶ୍ରୀମନ୍ଦିର ଏବେ ବିପଦ ମୁହଁକୁ ଠେଲି ହୋଇଯାଇଥିବା ଭକ୍ତ ଅଭିଯୋଗ କରିଥଲେ । ମନ୍ଦିର ଉତ୍ତର ଦ୍ଵାର ଗୁମୁଟରେ ଫାଟ ନେଇ ଏଏସ୍‌ଆଇ ଅଧିକାରୀ କହିଥିଲେ, “ଗୁମୁଟର ତଳ ପାର୍ଶ୍ୱରେ ଥିବା ଫାଟର ଅନୁଧ୍ୟାନ କରଯାଇଛି । ଏସ୍‌ଆଇର ନିୟମ ଅନୁଯାୟୀ ଏହାର ମରାମତି ହେବ । ନହେଲେ ଏହାକୁ ବଦଳା ଯାଇ ନୂଆ ପଥର ଦିଆଯିବ ।” ତେବେ ଏହି ଫାଟ ଯୋଗୁଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟକୁ କୌଣସି ବିପଦ ନଥିବା ଏଏସ୍‌ଆଇ ଅଧିକାରୀ କହିଥିଲେ ।

Leave A Reply

Your email address will not be published.