ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ଓଡିଶା ବାଲିପାଟେଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଗେଟରେ ତାଲା । ଓଡ଼ିଶା ବାଲିପାଟଣାସରକାରୀ ପ୍ରାଥମିକବିଦ୍ୟାଳୟ ର କୁନି କୁନି କୋମଳ ମତି ପିଲା ଏବଂ ଅଭିଭାବକ ମାନେ ସ୍କୁଲ ଫାଟକ ରେ ପକାଇଲେ ତାଲା । ସୂଚନା ମୁତାବକ ଏହି ବାଲିପାଟଣା ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 58 ଜଣ କୁନି କୁନି କୋମଳ ମତି ଛାତ୍ର ଛାତ୍ରି ପାଠ ପଢୁଥିବା ବେଳେ,ତିନି ଜଣ ଶିକ୍ଷକ ପାଠ ପଢାନ୍ତି ।
ଶିକ୍ଷକ ମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ନାମକ ଶିକ୍ଷକଙ୍କ 24 ଘଣ୍ଟାରେ ଅନ୍ୟତ୍ର ବଦଳି କରାଯିବା ଓ ଯାହାକି ବିଦ୍ୟାଳୟ ର କରାଯାଇଥିବା କମିଟି ର ଅଜାଣତରେ ଏହି ବଦଳି କୁ ସ୍କୁଲ ର କମିଟି ମାନେ ନ ଜାଣି କିପରି ବଦଳି କରାଗଲା ତାହାକୁ ନେଇ ଅଭିଭାବକ ଏବଂ କୋମଳ ମତି ପିଲା ମାନେ ବିଦ୍ୟାଳୟ ର ଫାଟକ କୁ ତାଲା ପକାଇବା ସହିତ ଧାରଣାରେ ବସିଥିବା ଦେଖାଯାଇଛି । ପିଲାମାନଙ୍କ କହିବା କଥା ଦିଲ୍ଲୀପ କୁମାର ସାହୁ ଆମମାନଙ୍କୁ ଭଲପାଠ ପଢ଼ାନ୍ତି, ଆମକୁ ଖୁଆଇ ଦିଅନ୍ତି, ଆମେ ସ୍କୁଲ କୁ ନ ଆସିଥିଲେ ଆମକୁ ଯାଇ ନେଇ ଆସନ୍ତି ଏଭଳି ସାର ଙ୍କୁ ଆମ ପାଖକୁ ଫେରାଇ ଦିଅନ୍ତୁ। ଆମ ସାର ଆମର ଦରକାର ଆମ ସାର ଙ୍କୁ ଯଦି ଅନ୍ୟତ୍ର ବଦଳି କରାଯାଏ ।ତେବେ ଆମେ ଆଗକୁ ପାଠପଢା ବନ୍ଦକରି ବିଦ୍ୟାଳୟ ସମୁଖରେ ଧାରଣାରେ ବସିବୁ ।
ଯେତେବେଳେ ରାଜ୍ୟ ସରକାର 5 T ଯୋଜନାରେ ବିଦ୍ୟାଳୟ ସବୁ ରୁପାନ୍ତ୍ରୀକରଣ କରିବାକୁ ନେଇ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଶିକ୍ଷକ ନିଯୁକ୍ତି ନାହି ସ୍ବଳ୍ପ ଶିକ୍ଷକ ରଖି ପିଲାଙ୍କ ଭବିଷ୍ୟତ ଅନ୍ଧାର କରୁଥିବା ବେଳେ ।ଏଭଳି ପରିସ୍ଥିତିରେ ଶିକ୍ଷକ ବଦଳି କୁ ନେଇ ବିଦ୍ୟାଳୟ ଅସନ୍ତୋଷ ପ୍ରକାଶ ପାଇଛି ।