ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ନିଜ ନିଜ କ୍ଷେତ୍ରରେ ବିଶିଷ୍ଟ ସେବା ଓ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା କଳାକାର ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ ପାରମ୍ପରିକ ପଟ୍ଟଚିତ୍ର ଓ ତାଳପତ୍ରରେ ଖୋଦେଇ କରିବାରେ ବେଶ୍ ଜଣାଶୁଣା ବିନୋଦ ମହାରଣା। ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା। ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।

‘ଶବ୍ଦ ନୃତ୍ୟ’ ପାଇଁ ସାଧନା କ୍ଷେତ୍ରରେ ଭାଗବତଙ୍କୁ ସମ୍ମାନିତ କରାଯାଇଛି। ଏକ ଅନନ୍ୟ ପୌରାଣିକ ନୃତ୍ୟ ହେଉଛି ଶବ୍ଦ ନୃତ୍ୟ।  ସେହିଭଳି ଅଭିନେତା ଚିରଞ୍ଜୀବୀ ଓ 90 ବର୍ଷୀୟା ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଳଙ୍କ ସିନେମା କ୍ଷେତ୍ରରେ ଉଚ୍ଚକୋଟୀର ଅବଦାନ ପାଇଁ ସେମାନଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଚଳିତ ବର୍ଷ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.