ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର କଲା ଏୟାର ଇଣ୍ଡିଆ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମୂହ ଛୁଟି ପାଇଁ କ୍ରୁ ମେମ୍ବରଙ୍କୁ ଚାକିରିରୁ ବାହାର କରିଥିଲା ଏୟାର ଇଣ୍ଡିଆ । ଏବେ ଏହି ବରଖାସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି କମ୍ପାନୀ । ମ୍ପାନୀର ପ୍ରାୟ ୩ଶହ କର୍ମଚାରୀ ଏକାଠି ଛୁଟିରେ ଚାଲିଯିବା ହେତୁ ଘୋର ସମସ୍ୟା ସୃଷ୍ଟି ହୋଇଥିଲା।

ଛୁଟିରେ ଯାଇଥିବା ୩ଶହ କର୍ମଚାରୀଙ୍କ ମଧ୍ୟରୁ ୩୦ ଜଣଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବରଖାସ୍ତ କରିଥିଲା | ହେଲେ ଏହାକୁ ବିରୋଧ କରି କ୍ୟାବିନ କ୍ରୁ ସଦସ୍ୟମାନେ ବିକ୍ଷୋଭ ଆରମ୍ଭ କରିଥିଲେ। ଏହାପରେ ମୁଖ୍ୟ ଶ୍ରମ କମିଶନରଙ୍କ ପରାମର୍ଶକ୍ରମେ କମ୍ପାନୀ କର୍ତ୍ତୃପକ୍ଷ ବିକ୍ଷୋଭକାରୀଙ୍କୁ ଆଜି ଦିନ ୨ଟାରେ ଭେଟିଥିଲେ। ଏହାପରେ ତତ୍କାଳ ଭାବେ ବରଖାସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି। ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏୟାରଲାଇନ୍ସରେ ଏଭଳି ଧର୍ମଘଟ ହେବା ପରେ ମୁଖ୍ୟ ଶ୍ରମ କମିଶନର କ୍ରୁ ମେମ୍ବର ଏବଂ ମ୍ୟାନେଜମେଣ୍ଟ ମେମ୍ବରକୁ ନେଇ ଏକ ବୈଠକ କରିଥିଲା ।

ଏହି ବୈଠକରେ 20ରୁ ଅଧିକ କ୍ରୁ ମେମ୍ବର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ଅଧିକାରୀ ଯୋଗ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଆପୋଷ ମୁଝାମଣା ହୋଇଥିଲା । ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ଆସନ୍ତା 28 ତାରିଖରେ ଆଉ ଏକ ବୈଠକ ହେବା ନେଇ ମଧ୍ୟ ସୂଚନା ରହିଛି । ମେ’ 7 ଏବଂ 8 ତାରିଖରେ 25 କ୍ରୁ ମେମ୍ବରଙ୍କୁ ଚାକିରିରୁ ବିଦା କରାଯାଇଥିଲା ।

Leave A Reply

Your email address will not be published.