ଆଜିଠୁ ଖୋଲିବ ଉତ୍ତରାଖଣ୍ଡର କେଦାରନାଥ ଧାମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଖୋଲିବ ଉତ୍ତରାଖଣ୍ଡର କେଦାରନାଥ ଧାମ।  ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିବ ପରିବେଶ। ଏଥିଲାଗି ସରିଛି ସମସ୍ତ ପ୍ରସ୍ତୁତି। ମନ୍ଦିର ପରିସରକୁ ସଫା କରାଯିବା ସହ ଫୁଲରେ ସଜାଯାଇଛି। ଏହାସହ ସକାଳ ୧୦ଟା ୧୯ରେ ଗଂଗୋତ୍ରୀ ଦ୍ୱାର ଖୋଲାଯାଇଥିବା ବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଯମୁନେତ୍ରୀ ଦ୍ୱାର ଖୋଲାଯିବ। ଏଥି ସହିତ, ମେ’ ୧୨ତାରିଖ ସକାଳ ୬ଟାରେ ବଦ୍ରିନାଥଙ୍କ ଦ୍ୱାର ଖୋଲିବ।24 କ୍ୱିଣ୍ଟାଲ ଫୁଲରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି ।

ବାବାଙ୍କ ଦର୍ଶନ ପାଇଁ କେଦାରନାଥ ଧାମରେ ଭକ୍ତଙ୍କ ପ୍ରବଳ ଗହଳି ଜମିଛି । ସକାଳ 7ଟା 15 ମିନିଟରେ ଭକ୍ତଙ୍କ ପାଇଁ ବାବାଙ୍କ ଦ୍ବାର ଖୋଲିଥିଲା । ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ, କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ, ମୁଖ୍ୟ ପୁରୋହିତ ଶିବ ଶଙ୍କର ଲିଙ୍ଗାଙ୍କ ଉପସ୍ଥିତିରେ କବାଟ ଖୋଲାଯାଇଥିଲା । ଆଜି ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ ମଧ୍ୟ ଖୋଲିଛି ।  ମନ୍ଦିର ପ୍ରଶାସନର ଉପସ୍ଥିତିରେ ମୁଖ୍ୟ ଦ୍ୱାରର ତାଲା ଖୋଲା ଯାଇଥିଲା । ଏହାପରେ ଗର୍ଭଗୃର ଦ୍ୱାର ଖୋଲା ହୋଇଥିଲା । ମୁଖ୍ୟ ପୁରୋହିତ ପୂଜା କରିବା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ବାବା କେଦାରନାଥଙ୍କୁ ଦର୍ଶନ କରିପାରିବେ ।

ଶନିବାର ଦିନ କେଦାରନାଥ ଧାମରେ ପ୍ରଭୁ ଭୈରବନାଥଙ୍କ ଦ୍ୱାର ଖୋଲାଯିବା ସହିତ କେଦାରନାଥ ମନ୍ଦିରରେ କେଦାରଙ୍କ ଆରତୀ ଏବଂ ପ୍ରସାଦ ବ୍ୟବସ୍ଥା ଆରମ୍ଭ ହେବ । ଆଜି କେଦାରନାଥ ଧାମ ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି। ଚାରି ଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତ୍ରା କାମନା କରିଥିବା ବେଳେ ଏଥିନିମନ୍ତେ ଅଧିକାରୀ ସଦାସର୍ବଦା ପ୍ରଚେଷ୍ଟାରତ ଥିବା କହିଛନ୍ତି।

Leave A Reply

Your email address will not be published.