ବିଗୁଡୁଛି ମଣିପୁର ସ୍ଥିତି: ପୁଣି ଉଗ୍ରବାଦୀଙ୍କ ଗୁଳିମାଡରେ ୯ ମୃତ, ୧୦ ଆହତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରର ସ୍ଥିତି ସୁଧୁରିବା ବଦଳେ ଦିନକୁ ଦିନ ବିଗୁଡୁଛି  । ମଙ୍ଗଳବାର ରାତିରେ ଲାଲ ତାଣ୍ଡବ ରଚିଛନ୍ତି ଉଗ୍ରବାଦୀ । ଇମ୍ଫାଲର ଖାମେନଲୋକ ଅଂଚଳରେ ଉଗ୍ରବାଦୀ ୧୦ଜଣଙ୍କୁ ଉପରକୁ ଗୁଳିମାଡ କରିଥିଲେ । ଏମାନଙ୍କ ମଧ୍ୟରୁ ୯ଜଣଙ୍କ ମୃତ୍ୟୁ ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଂଘବଦ୍ଧଭାବେ ଉଗ୍ରବାଦୀ ଆକ୍ରମଣ କରିବା ସହ ଆଖିବୁଜା ଗୁଳିମାଡ କରିଥିଲେ । ହିଂସା ପ୍ରଭାବିତ ମଣିପୁରର ୧୧ଜିଲ୍ଲାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ମାସକରୁ ଅଧିକ ସମୟ ହେବ ମଣିପୁରରେ ଚାଲିଛି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ । ଘଟଣାରେ ଏବେ ସୁଦ୍ଧାର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ୪ଶହ ଅଧିକ ଲୋକ ଆହତ ହୋଇସାରିଲେଣ । ଅନ୍ୟପଟେ ୪୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.