ଆଦିବାସୀଙ୍କ ବିକାଶରେ ରାଜ୍ୟ ସରକାର ବାଧକ, ମୋଦି ସରକାରଙ୍କ ୯ ବର୍ଷରେ ଜନଜାତିବହୁଳ ଓଡିଶା ରାଜ୍ୟ ସର୍ବାଧିକ ଲାଭାନ୍ୱିତ: ନିତ୍ୟାନନ୍ଦ ଗଣ୍ଡ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଓଡିଶାରେ ୨୩ ଭାଗ ଜନଜାତି ବସବାସ କରୁଛନ୍ତି କିନ୍ତୁ ସ୍ୱାଧୀନତାର ୭୫ବର୍ଷ ଶାସନ କରିଥିବା କେନ୍ଦ୍ର ସରକାରମାନେ ଜନଜାତିଙ୍କ ନାଁରେ ଭୋଟ ନେଉଥିଲେ କିନ୍ତୁ ବିକାଶ ପାଇଁ କୌଣସି କାର୍ଯ୍ୟ କରିନଥିଲେ । ଯଶ୍ୱସୀ ନରେନ୍ଦ୍ର ମାଦି ୨୦୧୪ରେ ଶାସନକୁ ଆସିବା ପରେ ୯ବର୍ଷ ଭିତରେ ଜନଜାତିଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି । ମୋଦିଜୀ ଓଡିଶା ରାଜ୍ୟର ଜନଜାତି ସଂପ୍ରଦାୟର ଶ୍ରୀମତୀ କମଳା ପୂଜାରୀଙ୍କୁ ପଦ୍ମଶ୍ରୀରେ ସମ୍ମାନୀତ କରିଛନ୍ତି ଓ ଗିରିଶ ମୁର୍ମୁଙ୍କୁ ସିଏଜି ଭଳି ଏକ ମହତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦର ଦାୟୀତ୍ୱ ଦେଇଛନ୍ତି । ମୋଦିଜୀ ଓଡ଼ିଶାର ଜନଜାତିବର୍ଗର ମାନ, ସମ୍ମାନ, ଗୌରବ କଥା ଚିନ୍ତା କରିବା ସହ ଦେଶର ସର୍ବୋଚ୍ଚ ପଦରେ ଜଣେ ଓଡ଼ିଶାର ଆଦିବାସୀ ମହିଳାଙ୍କୁ ଦେଶର ପ୍ରଥମ ନାଗରିକ ବା ରାଷ୍ଟ୍ରପତି ପଦରେ ଅଳଙ୍କୃତ କରିବା ଓଡିଶାର ଜନଜାତିଙ୍କ ପାଇଁ ସବୁଠୁ ବଡ ପୁରସ୍କାର ବୋଲି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି  ଗଣ୍ଡ କହିଛନ୍ତି ଯେ, ଯଶ୍ୱସୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଜନଜାତିବହୁଳ ରାଜ୍ୟ ଭାବେ ପରିଗଣିତ ଓଡିଶାକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଗମନାଗମନ, ମହିଳା ସଶକ୍ତିକରଣ, ଶିଶୁ ବିକାଶ ଆଦି କ୍ଷେତ୍ରରେ ମୋଦିଜୀ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି । ଓଡ଼ିଶାରେ ୧୧୪ ଏକଲବ୍ୟ ମଡେଲ ସ୍କୁଲ କରିବା ପାଇଁ ମୋଦିଜୀ ପଦକ୍ଷେପ ନେଇଛନ୍ତି କିନ୍ତୁ ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି ।

ନବୀନ ବାବୁ ଜନଜାତିଙ୍କୁ କ୍ରମାଗତ ଭାବେ ଅବହେଳା କରିବା ସହିତ ସେମାନଙ୍କ ସାମୁହିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆରମ୍ଭ କରିଥିବା ସମସ୍ତ ଯୋଜନାର ସୁଫଳରୁ ସେମାନଙ୍କୁ ବଂଚିତ ରଖିବା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ କେନ୍ଦ୍ର ସରକାର ଯୋଜନା କାର୍ଯ୍ୟକାରୀ ହେଉନାହିଁ । ଆଦିବାସୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଅବହେଳା କରୁଛନ୍ତି । ଆଦିବାସୀବହୁଳ ଜିଲ୍ଲାମାନଙ୍କରେ ମେଡିକାଲ କଲେଜ ପ୍ରତିଷ୍ଠା କରାଇ ଶିକ୍ଷାପ୍ରାପ୍ତି ପରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେହି ଜିଲ୍ଲାରେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟସେବା ସୁଧୁରିବ । ସେହିପରି ରାଜ୍ୟର ଆଦିବାସୀବହୁଳ ପ୍ରତ୍ୟେକ ବ୍ଲକରେ ସରକାରୀ ଡିଗ୍ରୀ କଲେଜ ପ୍ରତିଷ୍ଠା କରାଇଲେ ଶିକ୍ଷାପ୍ରାପ୍ତିରୁ ବଂଚିତ ହେଉଥିବା ଆଦିବାସୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପ୍ରାପ୍ତ କରିପାରିବେ । ଆଦିବାସୀ ପିଲାମାନେ ଉଚ୍ଚଶିକ୍ଷା ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ୬ ପ୍ରତିଶତ ସୁଧ ହାରରେ କେନ୍ଦ୍ର ସରକାର ଋଣ ଦେବାର ବ୍ୟବସ୍ଥା କରିଛନ୍ତି । ଆଦିବାସୀ ମହିଳାଙ୍କ ସଶକ୍ତିକରଣ ପାଇଁ ବନଧନ ଯୋଜନାରେ ୪୦କୋଟି ଟଙ୍କା ମୋଦିଜୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜନଜାତିର ବିକାଶ ପାଇଁ ଯୋଜନା କରୁଛନ୍ତି କିନ୍ତୁ ଉପକୃତ ନହେବା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିଭିନ୍ନ ଜନଜାତି ବିକାଶ ଯୋଜନାକୁ ରାଜ୍ୟରେ ବିଜେଡି ସରକାର ଚଂଚକତା କରି ହାଇଜାକ୍ କରୁଛି । ବାସ୍ତବରେ ରାଜ୍ୟ ସରକାର ଜନଜାତିଙ୍କୁ ନେଇ କେବଳ ରାଜନୀତି କରୁଛନ୍ତି ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।
ଆର୍ôଥକ କ୍ଷେତ୍ରରେ ଆଦିବାସୀଙ୍କ ବିକାଶ କିଭଳି ହେବ ସର୍ବଦା ଚିନ୍ତିତ ମୋଦିଜୀ । ଆଦିବାସୀ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବାରୁ ୭୦ଟି ବନଜାତ ଦ୍ରବ୍ୟ ଉପରେ ଏମ୍‌ଏସପି କରିଛନ୍ତି ମୋଦିଜୀ । ରାଜ୍ୟ ସରକାର ଏହି ବ୍ୟବସ୍ଥାର ସଠିକ୍ କାର୍ଯ୍ୟାନ୍ୱୟନ କରିବାର ଆବଶ୍ୟକତା ଅଛି । ସୌଭାଗ୍ୟ ଯୋଜନାରେ ମୋଦିଜୀ ଆଦିବାସୀଙ୍କୁ ବିଜୁଳି ଯୋଗାଉଛନ୍ତି । ଆଦିବାସୀ ଜିଲ୍ଲାମାନଙ୍କରେ ବହୁ ଖଣି ରହିଛି ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ କିନ୍ତୁ ମୋଦି ସରକାର ଶାସନକୁ ଆସିବା ପରେ ଡିଏମ୍‌ଏଫ ଗଠନ କରି ଆଦିବାସୀଙ୍କ ବିକାଶକୁ ପ୍ରାଧାନ୍ୟ ଦେଇଥିବାବେଳେ ଅନ୍ୟ ପଟେ ବିଜେଡି ସରକାରର ନେତା ଓ ମନ୍ତ୍ରୀମାନେ ଏହି ଫଣ୍ଡରେ ଆସୁଥିବା ଟଙ୍କାକୁ ବ୍ୟାପକ ମାତ୍ରାରେ ହେରଫେର କରି ବ୍ୟକ୍ତିଗତ ସ୍ୱାର୍ଥ ହାସଲ କାର୍ଯ୍ୟରେ ଲାଗିପଡିଛନ୍ତି । ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ବିରୋଧୀ ସରକାର ।

ଓଡ଼ିଶାରେ କେହି ଆଦିବାସୀ ଭୋକିଲା ନରହିବାକୁ ଗରୀବ କଲ୍ୟାଣ ଯୋଜନା କରିଛନ୍ତି ମୋଦିଜୀ । ମୋଦିଜୀ କେନ୍ଦ୍ରରେ ୮ଜଣ ଆଦିବାସୀଙ୍କୁ ମନ୍ତ୍ରୀ କରିଛନ୍ତି । ସ୍ୱାଧୀନତା ସମୟରେ ଜନଜାତି ନିଜର ପରାକାଷ୍ଠା ଦେଖାଇ ଦେଶପାଇଁ ଜୀବନ ଦେଇଛନ୍ତି । ଇଂଗ୍ରେଜମାନଙ୍କ ଜଙ୍ଗଲଜମି ଉପରେ ଲଲୁପ ଦୃଷ୍ଟି ଦେବା ବେଳେ ବିର୍ସା ମୁଣ୍ଡା ସମସ୍ତ ମୁଣ୍ଡା ସଂପ୍ରଦାୟର ଲୋକଙ୍କୁ ଏକତ୍ରିତ କରି ଇଂଗ୍ରେଜ ବିରୋଧରେ ଲଢ଼େଇ ପାଇଁ ଆହ୍ୱାନ ଦେଇ କାରାଗାର ଭୋଗିଥିଲେ, ସେଠାରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଜନଜାତିବର୍ଗର କ୍ରାନ୍ତିକାରୀ ବିର୍ସା ମୁଣ୍ଡାଙ୍କ ଜନ୍ମଦିନ(୧୫ନଭେମ୍ବର)କୁ ଜନଜାତି ଗୌରବ ଦିବସଭାବେ ଘୋଷଣା କରିଥିଲେ ମୋଦିଜୀ ବୋଲି ଗଣ୍ଡ କହିଛନ୍ତି ।
ଭାରତ ସରକାର ୧୯୯୬ରେ “ପେସା ରୁଲ୍‌” ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଲେ କିନ୍ତୁ ଦୁର୍ଭାଗ୍ୟର ବିଷୟର ଓଡ଼ିଶାରେ ତାହା ଏଯାଏଁ ଲାଗୁ ହୋଇନାହିଁ । ଆଜି ପର୍ଯ୍ୟନ୍ତ ଟିିଏସି ବୈଠକ ନବସିବା ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ବିରୋଧୀ ମନୋଭାବର ସବୁଠୁ ବଡ ଉଦାହରଣ । ଅନେକ ଜନଜାତି ସଂପ୍ରଦାୟର ଲୋକ ଆଦିବାସୀ ମାନ୍ୟତା ପାଇବାରୁ ବଂଚିତ ହୋଇଛନ୍ତି । ଜନଜାତିଙ୍କ ବିକାଶ ଦିଗରେ ରାଜ୍ୟ ସରକାର ସବୁଠୁ ବଡ ବାଧକ ସାଜିଛନ୍ତି ବୋଲି  ଗଣ୍ଡ କହିଛନ୍ତି ।
ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଅନୁସୂଚିତ ଜନଜାତି ମୋର୍ଚ୍ଚାର ସାଧାରଣ ସଂପାଦକ କୌଳାଶ ନାୟକ, ଉପସଭାପତି ଫାଗୁ ହାଁସଦା, ମମିତା ନାୟକ, ଅନ୍ୟତମ ଆଦିବାସୀ ନେତା ହୃଶିକେଶ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.