ପୁରୀ(ଓଡ଼ିଆ ନ୍ୟୁଜ୍) : ରଥଯାତ୍ରାରେ ଅନନ୍ୟ ଆକର୍ଷଣୀୟ ହେଉଛି ଗଜପତି ମହାରାଜଙ୍କ ଛେରାପହଁରା ନୀତି । ତେବେ ତିନି ରଥରେ ଛେରାପହଁରା ନୀତି କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଗଜପତି ଶ୍ରୀନହରରୁ ତାମଯାନରେ ଆସି ପହଞ୍ଚିଥିଲେ। ଏହାପରେ ରାଜା ବେଶରେ ତିନି ରଥରେ ଛେରାପହଁରା ନୀତି ସମାପନ କରିଛନ୍ତି।
ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଯାଉଥିବା କାଳିଆ ସାଆନ୍ତଙ୍କ । ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଆଜି ଗୁଣ୍ଡିଚା ମନ୍ଦିରରୁ ଯିବେ ମହାପ୍ରଭୁ । ସମସ୍ତ ନୀତିକାନ୍ତି ଅନୁସାରେ, ଆଜି ଘୋଷଯାତ୍ରାରେ ହରିବୋଲ ଶବ୍ଦରେ କମ୍ପି ଉଠୁଛି ଶରଧାବାଲି। ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡଭାଇ ଶ୍ରୀ ବଳଭଦ୍ର ରଥା ରୁଢ଼ ହେବାପରେ ପହଣ୍ଡି କରି ଆସିଥିଲେ ଦେବୀ ସୁଭଦ୍ରା। ଏହାପରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ବଡ଼ ଟାହିଆ ବାନ୍ଧି ଝୁଲି ଝୁଲି ରଥାରୁଢ ହୋଇଥିଲେ କାଳିଆ ସାଆନ୍ତ ।