ରାଜ୍ୟର ପାରଦ ଉପରମୁହାଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟର ପାରଦ ଉପରମୁହାଁ ହୋଇଛି।  ଯେଉଁଥିପାଇଁ ଆଜି ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଛି।  ଆଜି ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ।

ଗତକାଲି ୩୯ ଡିଗ୍ରୀ ଉପରେ ରହିଥିଲା ୫ ସହରର ଦିନ ତାପମାତ୍ର। ୩୭ ଡିଗ୍ରୀ ଡହ ଡହ ଖରାରେ ଭାଜି ହୋଇଛନ୍ତି ରାଜଧାନୀବାସୀ | ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟିଛି ଉତ୍ତପ୍ତ ସହର। ଏଠାରେ ଆଜି ଦିନ ତାପମାତ୍ରା ସର୍ବାଧିକ ୩୯.୮ ଡ଼ିଗ୍ରୀ ରେକର୍ଡ କରାଯାଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି | ୩୯.୫ ଡିଗ୍ରୀ ସହ ବୌଦ୍ଦ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ କହିଛି- ଏଭଳି ତାତି ଆଗକୁ ବି ଜାରି ରହିବ। ଜଳିଲାଣି ଓଡ଼ିଶା। ସାଢ଼େ ୧୧ରେ ଟପିଗଲା ୩୬ ଡିଗ୍ରୀ। ସାଢେ ୧୧ସୁଦ୍ଧା ଚାନ୍ଦବାଲି ସର୍ବାଧିକ ୩୬.୨ ଡିଗ୍ରୀ। ଭୁବନେଶ୍ୱରରେ ଏବଂ କେନ୍ଦୁଝରରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୩୫.୪, ସମ୍ବଲପୁରରେ ୩୫.୨ ଡିଗ୍ରୀ, ହୀରାକୁଦ ୩୪.୬ ଓ ବାଲେଶ୍ୱରରେ ୩୪.୨ ଡିଗ୍ରୀ ତାପମାତ୍ରା ରହିଛି।

Leave A Reply

Your email address will not be published.