ବିଲ୍ ଗେଟ୍ସଙ୍କୁ ପ୍ରସ୍ତାବ ଦେଲେ ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି।  ଦୁହିଁଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ଏଆଇ, ଡିଜିଟାଲ ପେମେଣ୍ଟ, ଜି-୨୦ ସମ୍ମିଳନୀ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲଗେଟ୍ସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଲଗେଟ୍ସଙ୍କୁ କହିଛନ୍ତି, ଭାରତରେ ସର୍ବଶ୍ରେଷ୍ଠ ଶିକ୍ଷାଦାନ ଦିଗରେ କାର୍ଯ୍ୟ ଜାରି ରହିଛି। ଦେଶରେ କୃଷି କ୍ଷେତ୍ରରେ ବଡ଼ଧରଣର ବିପ୍ଲବ ଆସିଛି। ଏବେ ଗାଁରେ ମଧ୍ୟ ଡିଜିଟାଲ ସୁବିଧା ପହଞ୍ଚି ପାରିଛି। ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଜି-୨୦ ଶିଖର ସମ୍ମିଳନୀରେ ଏଆଇ କିମ୍ବା ଏଆଇ ଟେକ୍ନୋଲୋଜି ମୋ ଭାଷଣକୁ ବିଭିନ୍ନ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରିଛି। କିନ୍ତୁ ଏହି ଟେକ୍ନୋଲୋଜିର ବହୁ ବିପଦପୂର୍ଣ୍ଣ ଦିଗ ରହିଛି, ଯାହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷି କ୍ଷେତ୍ରରେ ବଡ ଧରଣର ବିପ୍ଳବ ଆସିଛି । ସର୍ଭାଇକାଲ କ୍ୟାନସରକୁ ନେଇ ସରକାର ଗମ୍ଭୀରତାର ସହ ଚିନ୍ତା କରୁଥିବା ମୋଦୀ କହିଛନ୍ତି । ଗାଁରେ ଡିଜିଟାଲ ସୁବିଧା ପହଂଚିଛି, କରୋନା ସମୟରେ ଲୋକଙ୍କ ସହଯୋଗ ମିଳିଛି । ଜି-୨୦ ସମ୍ମିଳନୀରେ ଏଆଇର ବ୍ୟବହାର ବିଷୟରେ କହିଛନ୍ତି ମୋଦୀ ।

Leave A Reply

Your email address will not be published.