ଟାଣ ଖରା ରାସ୍ତା ଉପରେ ଧାରଣା ଦେଇଛନ୍ତି ମହିଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ନିର୍ଯ୍ଯାତନାରେ ଅତିଷ୍ଠ ହୋଇ ନିଜର 5 ବର୍ଷ ର ଛୋଟ ପୂଅ କୁ ଧରି ଟାଣ ଖରା ରାସ୍ତା ଉପରେ ଧାରଣା ଦେଇଛନ୍ତି ମହିଳା | ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବିଶ୍ବନାଥପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା |

ସୂଚନା ଅନୁଯାୟୀ, ବିଶ୍ବନାଥପୁର ଗ୍ରାମର ଜିତେନ୍ଦ୍ର ମଲ୍ଲିକ 7 ବର୍ଷ ପୂର୍ବରୁ ବୋଳଂ ଗ୍ରାମର ପୂଷ୍ପାଞ୍ଜଳି ମଲ୍ଲିକ ଙ୍କୁ ପ୍ରେମ ବିବାହ କରିଥିଲେ | ବିବାହ ପରଠାରୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯ ରେ ବାରମ୍ବାର ଝଗଡା ଲାଗି ରହିଥିଲା| ତେବେ ଆଜି କୌଣସି କଥା କୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯ ରେ ଯୁକ୍ତିତର୍କ ହେବା ସହ ଜିତେନ୍ଦ୍ର ପୁଷ୍ପାଞ୍ଜଳୀ କୁ ନିସ୍ତୁକ ପିଟିବା ସହ ଘରୁ ବାହାର କରି ଦେଇ ଥିଲେ|

କୌଣସି ଉପାୟ ନପାଇ ପୁଷ୍ପାଞ୍ଜଳି ନିଜର 5 ବର୍ଷ ର ଛୋଟ ପୂଅ କୁ ନେଇ ଲଙ୍ଗଳେଶ୍ବର – କଷାଫଳ ମୁଖ୍ଯ ରାସ୍ତା ର ଗଞ୍ଜା ଛକ ନିକଟରେ ରାସ୍ତା ଉପରେ ଧାରଣା ଦେଇଛନ୍ତି | ଯେତେ ପର୍ଯ୍ଯନ୍ତ ତାଙ୍କୁ ନ୍ଯାୟ ନମିଳିଛି ସେ ପର୍ଯ୍ଯନ୍ତ ଧାରଣା ଦେବେ ବୋଲି କହିଛନ୍ତି |

Leave A Reply

Your email address will not be published.