ମହାନଦୀରେ ଅଘଟଣ, ବୁଡିଗଲା ଡଙ୍ଗା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାନଦୀରେ ଅଘଟଣ । ବୁଡିଗଲା ଡଙ୍ଗା । କଟକ ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁ ନିକଟରେ ମହାନଦୀରେ ଘଟିଛି ଅଘଟଣ। ଏକ ହୁଲି ଡଙ୍ଗା ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଅଞ୍ଚଳର।

ତେବେ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରଜତ୍ ନାୟକ । କଟକ ଜିଲ୍ଲା ବାଙ୍କୀ ମହାନଦୀ ପଠାର ସାହଙ୍ଗା-ଗୋପାଳପୁର ଘାଟରେ ଡଙ୍ଗାଟି ବୁଡି ଯିବାରୁ ଏଭଳି ଏକ ଅଘଟଣ ଘଟିଯାଇଛି । ସେ ଗୋପାଳପୁର ସ୍ଥିତ ତାଙ୍କର ଜଣେ ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ। ଆଜି ସେ କିଛି ସାଙ୍ଗଙ୍କ ସହିତ ଡଙ୍ଗାରେ ମହାନଦୀ ବୁଲିବାକୁ ଯାଇଥିଲେ। ତେବେ କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ଜଣେ ଡଙ୍ଗାରୁ ଖସିପଡ଼ିଥିଲେ।

ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ବେଳେ ହୁଲି ଡଙ୍ଗାଟି ବୁଡ଼ି ଯାଇଥିଲା। ସୂଚନା ଅନୁଯାଇ ଡଙ୍ଗାଟି ବୁଡ଼ିବା ପରେ ଅନ୍ୟମାନେ ପହଁରି କୂଳକୁ ଫେରିଆସିଥିବା ବେଳେ ସପ୍ତଶଯ୍ୟା ଅଞ୍ଚଳର ସେଇ ଯୁବକ ଜଣଙ୍କ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଛନ୍ତି।

 

Leave A Reply

Your email address will not be published.