ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଶପଥ ନେଇଛନ୍ତି ଦେବାଶିଷ ସାମନ୍ତରାୟ ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ |ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।
୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଫେବ୍ରୁଆରୀ ୨୭ତାରିଖରେ ହେବାର ଥିଲା, ଯାହା ଏବେ ପୂରଣ ହୋଇଛି । ରାଜ୍ୟସଭା ଚେୟାରମ୍ୟାନ୍ ତଥା ଉପରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ,ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ ।
ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଥିଲା । ଓଡ଼ିଶାରୁ ୩ଟି ଆସନ ଖାଲି ପଡ଼ିଥିବା ବେଳେ ଏହି ୩ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ ।