ମେଣ୍ଟକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମେଣ୍ଟକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା |  ମେଣ୍ଟ ଚର୍ଚ୍ଚା ଭିତରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ଓ ଟିମ୍ । ଡାକରା ଆସିବା ଦିଲ୍ଲୀ ଗସ୍ତ କଲେ ରାଜ୍ୟ ବିଜେପି ଟିମ୍ । ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ। ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଦିଲ୍ଲୀ ଯାଇଛନ୍ତି |

ବିଜେପି ଗତ ସପ୍ତାହରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦେଶର ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନଥିଲା। ରିପୋର୍ଟ ମୁତାବକ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କରିବ। ଏହାପୂର୍ବରୁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସିବ। ଏହି ବୈଠକରେ ପ୍ରାର୍ଥୀଙ୍କ ନାଁ ଉପରେ ବିଚାରବିମର୍ଶ ହେବ। ସେହି ବୈଠକରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ସଭାପତି ଓ ତାଙ୍କ ଟିମ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି।

ଦିଲ୍ଲୀ ଯିବା ପୂର୍ବରୁ ମନମୋହନ ସାମଲ କହିଥିଲେ ଯେ “ଦିଲ୍ଲୀରୁ ଯେତେବେଳେ ଡକରା ଆସିବ ସେତେବେଳେ ଆମେ ଯିବୁ। ସିଇସିର କୌଣସି ବୈଠକ ଏଯାଏ ସ୍ଥିର ହୋଇନାହିଁ। ଡକରା ଆସିଲେ ପୂରା ଟିମ୍ ଦିଲ୍ଲୀ ଯିବ। କ’ଣ ଆଲୋଚନା ହେବ, ତା’ ଉପରେ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ।” ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ‘ମିଛ ଓ ଗୁଜବ’ ମନ୍ତବ୍ୟ ଉପରେ ମନମୋହନ ସାମଲ ପ୍ରତିକ୍ରିୟା ରଖିବାକୁ ସିଧାସିଧା ମନା କା ଦେଇଛନ୍ତି। ଏହା ଉପରେ ସେ ଟିକା ଟିପ୍ପଣୀ କରିବା ହେବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

Leave A Reply

Your email address will not be published.