ହରିୟାଣାରେ ମର୍ମନ୍ତୁତ ସଡକ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହରିୟାଣାରେ ମର୍ମନ୍ତୁତ ସଡକ ଦୁର୍ଘଟଣା |  ରାସ୍ତା କଡ଼ରେ ଛିଡା଼ ହୋଇଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଏସୟୁଭି କାର୍ । ଏହି ଭୟଙ୍କର ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6 ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି। ସମସ୍ତ ମୃତକ ଉତ୍ତରପ୍ରଦେଶର ଗାଜିଆବାଦରେ ଦିଲ୍ଲୀ ସୀମା ନିକଟରେ ସ୍ଥିତ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଏମାନେ ସମ୍ପର୍କରେ ପରସ୍ପରର ପଡୋଶୀ ହେବେ। ତେବେ ସୂଚନା ମୁତାବକ,  ଏକ ଇନୋଭା କାର୍ ରାସ୍ତାରେ ପଙ୍କଚର ହୋଇଯାଇଥିଲା । ତେବେ ମାସାନି ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତାକଡରେ କାରକୁ ଛିଡା କରି ଟାୟାର ବଦଳାଉଥିଲେ । ଏହି ସମୟରେ ଇନୋଭା କାର୍‌ରେ ଯାତ୍ରା କରୁଥିବା ଲୋକମାନେ କାର୍ ନିକଟରେ ଛିଡା ହୋଇଥିଲେ । ଏହି ସମୟରେ ରେଓ୍ବାଡି ପଟୁ ଆସୁଥିବା ଏସୟୁଭି କାର୍ ଧକ୍କା ଦେଇଥିଲା ।

ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ମାଡିଯାଇଥିଲା । ଫଳରେ ରକ୍ତରେ ଭିଜି ଯାଇଥିଲା ରାସ୍ତା। ତେବେ ଏହି ଭୟଙ୍କର ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି । ତେବେ ସମସ୍ତ ମୃତକ ଉତ୍ତରପ୍ରଦେଶର ଗାଜିଆବାଦ-ଦିଲ୍ଲୀ ବୋର୍ଡରର ଏକ ସୋସାଇଟିରେ ରହୁଥିଲେ । ତେବେ ଆହତଙ୍କ ମଧ୍ୟରୁ 4 ଜଣ ମହିଳା ହୋଇଥିବା ବେଳେ 2 ଜଣ ପୁରୁଷ ରହିଥିଲେ । 4ଜଣ ଗାଜିଆବାଦର ରହିଥିବା ବେଳେ ଜଣେ ହିମାଚଳ ଏବଂ ଅନ୍ୟଜଣେ ହରିୟାଣାର ରହିଛନ୍ତି ।  ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.