ନନ୍ଦନକାନନରୁ ୧୩ କୃଷ୍ଣସାର ମୃଗ ଗଲେ ବାଲୁଖଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ନନ୍ଦନକାନନରୁ ଆଉ ୧୩ ଟି କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଛନ୍ତି ।  ବୁଧବାର ରାତିରେ ଦ୍ବିତୀୟ ପର୍ଯ୍ୟାୟରେ ଏକ ସ୍ବତନ୍ତ୍ର ଭ୍ୟାନରେ ପୁରୀ କୋଣାର୍କ ସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଛନ୍ତି ଆଉ ୧୩ କୃଷ୍ଣସାର ମୃଗ । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଭ୍ୟାନରେ ନନ୍ଦନକାନନ ଚିଡ଼ିଆଖାନାରୁ କୃଷ୍ଣସାର ମୃଗମାନଙ୍କୁ କୋଣାର୍କ ଅଣାଯାଇଥିଲା।

କୃଷ୍ଣସାରଙ୍କ ପାଇଁ କୋଣାର୍କ ବନାଞ୍ଚଳ ଅଧୀନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ  ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ଖାଇବାକୁ ସ୍ୱତନ୍ତ୍ର ଘାସ, ହରିଣ ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି। ତେବେ କୃଷ୍ଣସାର ମୃଗଙ୍କ ପାଇଁ କୋଣାର୍କ ବନାଞ୍ଚଳ ଅଧୀନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ  ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ଖାଇବାକୁ ସ୍ୱତନ୍ତ୍ର ଘାସ, ହରିଣ ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି।

ଯାହା ତାଙ୍କ ପାଇଁ ଅତ୍ୟନ୍ତ ପ୍ରତିକୂଳ ପରିବେଶ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁଣି ଅଭୟାରଣ୍ୟ ଖୋଲା ବିଚରଣ ପାଇଁ ଛଡାଯିବ । ଗତ ଜୁନ ୧୮ ତାରିଖରେ ୬ଟି ମାଇ ଓ ୪ଟି ଅଣ୍ଡିରା ମୋଟ ୧୦ଟି ବିରଳ କୃଷ୍ଣସାର ମୃଗ ଅଣାଯାଇଥିଲ। ଏହି କୃଷ୍ଣସାର ମୃଗଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଯତ୍ନ ନିଆଯାଉଛି। ଏଥିସହ ଦୈନିକ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି।

Leave A Reply

Your email address will not be published.