ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ଏଡିଜି ସୁରେଶ ଦେବ ଦତ୍ତ ସିଂହ, ଡିଏସପି ସଚିଦାନନ୍ଦ ରଥଙ୍କୁ ମିଳିବ ମେଡାଲ। ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୁଲିସ ପଦକ ଏବଂ ସାହସିକତା ପୁରସ୍କାର।

କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୁଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ। ସେମାନଙ୍କ ମଦ୍ୟରୁ ଓଡ଼ିଶାରୁ ୧୩ ଜଣ ରହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦୩୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯିବ।

ସେ ହେଉଛନ୍ତି ତେଲେଙ୍ଗାନା ପୁଲିସ ବିଭାଗ ମୁଖ୍ୟ କନଷ୍ଟେବଳ ଚଡୁଭୁ ୟାଦାୟା। ଏହା ବ୍ୟତୀତ ୨୧୩ ଜଣଙ୍କୁ ସାହସିକତା ପଦକ, ୯୪ଜଣଙ୍କୁ ପ୍ରଖ୍ୟାତ ସେବା ପଦକ, ୭୨୯ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପଦକ  ପ୍ରଦାନ କରାଯିବ। ୧୫ ପୋଲିସ କର୍ମଚାରୀଙ୍କୁ ମିଳିବ ଉକୃଷ୍ଟ ସେବା ପଦକ । ସ୍ବାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ପଦକ ଘୋଷଣା କରିଛି କେନ୍ଦ୍ର ଗୃହ।

Leave A Reply

Your email address will not be published.