0

ଓଡ଼ିଆ ନ୍ୟୁଜ୍:  ଆଜିଠୁ ୮୦ ବର୍ଷରୁ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏଣିକି ଭତ୍ତା ୩୫୦୦ ଟଙ୍କା ମିଳିବ। ଏନେଇ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ଆୟୋଜିତ ଏକ କାର୍ଯ୍ୟ କ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ବିଧିବଦ୍ଧ ଭାବେ ଭତ୍ତା ବାବଦ ବ୍ୟାଙ୍କ ଖାତାକୁ ୩୫୦୦ ଟଙ୍କା ଚଢିଛି ।

ନୂଆ ବିଜେପି ସରକାର ଆସିବା ପରେ ଭତ୍ତା ଟଙ୍କା ୩୫୦୦କୁ ବୃଦ୍ଧି କରିବା ନିଷ୍ପତ୍ତିକୁ ଗତ ୩ ତାରିଖରେ କ୍ୟାବିନେଟରେ ମୋହର ମାରିଥିଲେ ରାଜ୍ୟ ସରକାର। ଯାହାକୁ ଆଜି ଲୋକଙ୍କ ଖାତାକୁ ଚଢିବ। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଏହି ଭତ୍ତା ପ୍ରଦାନ କରାଯିବ। ଏହା ଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ।

Leave A Reply

Your email address will not be published.