ସବୁ ସୀମା ଟପିଗଲେଣି ସେବାୟତ, ୩ ଦିନ ହେଲାଣି ଖାଡା ଉପାସରେ ଶ୍ରୀ ଲିଙ୍ଗରାଜ

0

ଓଡ଼ିଆ ନ୍ୟୁଜ୍:  ଦିନକୁ ଦିନ ସବୁ ସୀମା ଟପିଯାଉଛନ୍ତି ସେବାୟତ। ନିଜନିଜ ଭିତରର ବିବାଦ ପାଇଁ ୩ ଦିନ ହେଲାଣି ଖାଡା ଉପାସରେ ଅଛନ୍ତି ଶ୍ରୀ ଲିଙ୍ଗରାଜ। ନା ନୀତିକାନ୍ତି କରୁଛନ୍ତି ନା ଭୋଗ ଲଗାଉଛନ୍ତି। ସେବାୟତଙ୍କ ଭିତରେ ବିବାଦ ଏବଂ କଳି ଯୋଗୁଁ ଉପବାସରେ ପ୍ରଭୁ ଲିଙ୍ଗରାଜ। ୩ ଦିନ ପରେ ବି ଏହାକୁ ନେଇ କିଛି ନିଷ୍କର୍ସ ବାହାରିପାରିନାହିଁ। ଯାହାକୁ ନେଇ, ମହାପ୍ରଭୁଙ୍କ ଉପବାସ ରହିବା ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏନେଇ ମନ୍ତ୍ରୀ କହିଛନ୍ତି, ୨ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ । ଯଦି ସେବାୟତ ନିଯୋଗଙ୍କ ସମସ୍ୟା ଅଛି ଆଲୋଚନା କରିବା ଆବଶ୍ୟକ। ଆଲୋଚନା ନକରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍ ନୁହେଁ ।ଏନେଇ ଆଜି ବୈଠକରେ ନିଶ୍ଚିତ ନିର୍ଯାସ ବାହାରିବ।

ଯଦି ତର୍ଜମା ପରେ ଆବଶ୍ୟକ ପଡେ ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ ଗତକାଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ଦାୟିତ୍ବରେ ଥିବା ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ତତ୍ବାବଧାନରେ ବୈଠକ ଡକାଯାଇଥିଲେ ମଧ୍ୟ ଏତିରେ କିଛି ବି ସମାଧାନ ହୋଇପାରିନଥିଲା। ଯାହା ପରେ ଆଜି ଆଇନ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ମନ୍ଦିରର ସେବାୟତ ଏବଂ ପ୍ରଶାସନକୁ ନେଇ ଏକ ବୈଠକ ବସିଛି ।

Leave A Reply

Your email address will not be published.