ଓଡ଼ିଆ ନ୍ୟୁଜ୍: ଭାରତୀୟ ଦଳର ପୂର୍ବତମ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝାମକା ଖାଇ ୫୦୦ ଗଣିଲେ କଷ୍ଟମର। ହାଇଦ୍ରାବାଦରେ ବିରାଟଙ୍କ ଏକ ରେଷ୍ଟୁରାଣ୍ଟ ରହିଛି। ସେଠାକୁ ଜଣେ ମହିଳା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ସୋସିଆଲ ମିଡିଆରେ ତାଙ୍କର ଦୁଃଖ ସେୟାର କରିଥିଲେ। ସ୍ନେହା ନାମକ ଜଣେ ମହିଳା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସିଝା ମକାର ଏକ ଫଟୋ ପୋଷ୍ଟ କରିଛନ୍ତି।
ଏଥିସହ ସେ କ୍ୟାପସନରେ ଲେଖିଛନ୍ତି ଯେ ହାଇଦ୍ରାବାଦର ୱାନ8 କମ୍ୟୁନ୍ ରେଷ୍ଟୁରାଣ୍ଟରେ ଏହି ଖାଦ୍ୟ ପାଇଁ ତାଙ୍କୁ ୫୨୫ ଟଙ୍କା ଦେବାକୁ ପଡିଛି। ମହିଳାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।