ବ୍ରହ୍ମପୁର ମେୟରଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କୁ ମୋବାଇଲରେ କଲ କରି ଧମକ।  ତାଙ୍କୁ ଧମକ ଦେବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମେୟର ସଂଘମିତ୍ରା ଦଳେଇ ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ,  ଗତ ୨୯ ତାରିଖ ଅପରାହ୍ମରେ ମେୟର ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ଥିଲେ। ଏହି ସମୟରେ କିଛି କର୍ପୋରେଟର ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଏହି ସମୟରେ ଏକ ଅଜଣା ନମ୍ବରରୁ ମେୟରଙ୍କ ମୋବାଇଲକୁ କଲ୍ ଆସିଥିଲା। ମେୟର କଲ୍‌ ରିସିଭ କରିବା ପରେ ଅପରପକ୍ଷରୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିଲେ ଜଣେ ବ୍ୟକ୍ତି। ଏନେଇ ଥାନାରେ ଅଭିଯୋଗ କରିଥିଲେ ମେୟର। ମେୟରଙ୍କ ଅଭିଯୋଗ ପରେ କଲ୍‌ ରେକର୍ଡ ଯାଞ୍ଚ କରିଥିଲା ପୁଲିସ। କଲ୍‌ ରେକର୍ଡ ଯାଞ୍ଚ ପରେ ଉକ୍ତ କଲଟି ବିଏମସିର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାସ ବୋଲି ଜଣାପଡିଥିଲା। ଦୀର୍ଘବର୍ଷ ଧରି ସେ ବ୍ରହ୍ମପୁର ମହାନଗର ନିଗରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ବରେ ରହିଥିଲେ।

କିଛି ଦିନ ପୂର୍ବେ ତାଙ୍କୁ ମହାନଗର ନିଗମ କାଉନସିଲ ବୈଠକରେ ସେ ଯେଉଁ ଯୋଜନାରେ ନିୟୋଜିତ ହୋଇଥିଲେ ତାହା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ଵ ରୁ ମୁକ୍ତ କରାଯିବା ସହ ରିଲିଭ କରି ଦିଆଯାଇଥିଲା। ତେବେ ହଠାତ ମେୟରଙ୍କ ପ୍ରତି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି । ଯାଇଥିଲା। ତେବେ ମେୟରଙ୍କୁ ଲଳିତଙ୍କ ଦ୍ୱାରା କରାଯାଇଥିବା ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ତେବେ କାରଣ ପାଇଁ ଲଳିତ ମେୟରଙ୍କୁ ଏପରି ଧମକପୂର୍ଣ୍ଣ ଫୋନ୍ କଲ୍‌ କରିଥିଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଏନେଇ ଲଳିତମୋହନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.