ଜନ୍ମଦିନ ପ୍ରସ୍ତୁତି ବେଳେ ଅଜିନେତା ୟଶ୍‌ଙ୍କ ତିନି ଜଣ ଫ୍ୟାନ୍‌ଙ୍କ ମୃତ୍ୟୁ ହୋଇଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କନ୍ନଡ ସୁପରଷ୍ଟାର ୟଶଙ୍କୁ ଆଜି କୌଣସି ପରିଚୟର ଦରକାର ନାହିଁ । ଅଭିନେତା କେବଳ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସାରା ଦେଶରେ ତାଙ୍କର ବଡ଼ ପ୍ରଶଂସକ ମଧ୍ୟ ଅଛନ୍ତି । କେଜିଏଫ୍ ଅଭିନେତା ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି ଏବଂ ସବୁଥର ପରି ଏହି ବର୍ଷ ମଧ୍ୟ ତାଙ୍କ ପ୍ରଶଂସକମାନେ ଜନ୍ମଦିନ ଉତ୍ସବ ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ଏହି ସମୟରେ ଅଭିନେତା ୟଶଙ୍କ ପ୍ରଶଂସକଙ୍କ ବିଷୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ତାଙ୍କ ଜନ୍ମଦିନ ପାଇଁ ପ୍ରସ୍ତୁତି ବେଳେ ଅଭିନେତାଙ୍କ ତିନିଜଣ ପ୍ରଶଂସକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଜନ୍ମଦିନ ଅବସରରେ ଶଂସକମାନେ କେଜିଏଫ୍ ଷ୍ଟାର୍‌ ୟଶ୍‌ଙ୍କ ଏକ ବଡ କଟ୍‌ଆଉଟ୍‌ ଲଗାଉଥିଲେ। ଏହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାପଡିଛି। ସୂଚନାନୁସାରେ, କଟ ଆଉଟ୍ଟି ଇଲେକ୍ଟ୍ରିକ୍ ତାରକୁ ଛୁଇଁବା ପରେ ତିନିଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

କର୍ଣ୍ଣାଟକର ଗଦଗ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମେଶ୍ୱର ତାଲୁକାର ସୁରଙ୍ଗି ଗାଁରେ ଗତ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ସମସ୍ତ ତିନି ମୃତ ଯୁବକଙ୍କ ବୟସ ୧୯, ୨୦ , ୨୧ ଥିବା ଜଣାପଡିଛି। ସେପଟେ ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟଶଙ୍କୁ ଶେଷ ଥର ପାଇଁ ସୁପରହିଟ୍ ଫିଲ୍ମ କେଜିଏଫ୍-୨ରେ ଦେଖିବାକୁ ମିଳିଥିଲା। ଚାପ୍ଟର-୨ ରିଲିଜ୍ ହେବା ଦିନଠାରୁ, ପ୍ରଶଂସକମାନେ ଉତ୍ସାହର ସହିତ କେଜିଏଫ୍‌ର ତୃତୀୟ ପାର୍ଟକୁ ଅପେକ୍ଷା କରି ରହିଛନ୍ତି। ଚଳଚ୍ଚିତ୍ରର ଉଭୟ ଅଂଶ ପାନ-ଇଣ୍ଡିଆ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା।

Leave A Reply

Your email address will not be published.