ତିଗିରିଆରେ ଗୋଟିଏ ପରିବାରର ତିନି ଜଣଙ୍କୁ ଆକ୍ରମଣ: ବାପା ମୃତ, ମାଆ ଓ ଝିଅ ଗୁରୁତର ଆହତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରଙ୍ଗର ପର୍ବରେ ରକ୍ତ ରଞ୍ଜିତ ହେଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ସୁରେନ୍ଦ୍ରପାଟଣା। ଗୋଟିଏ ପରିବାରର ତିନି ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ। ବାପାର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ଝିଅ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ , ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ସୁରେନ୍ଦ୍ରପାଟଣା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଚିନ୍ତାମଣି ବେହେରାଙ୍କ ପରିବାର ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି।

ଚିନ୍ତାମଣି ତାଙ୍କ ସ୍ତ୍ରୀ ଓ ଝିଅକୁ କେହି ଧାରୁଆ ଅସ୍ତ୍ରରେ ହାଣି ଦେଇଛି। ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିନ୍ତାମଣିଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଅଛନ୍ତି। ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.