ଓଡ଼ିଆ ନ୍ୟୁଜ୍: ମାଲକାନଗିରି ସହରରେ କାଳବୈଶାଖୀ ତାଣ୍ଡବ।ଉପୁଡ଼ିଲା ବଡ଼ ବଡ଼ ଗଛ, ଉଡ଼ାଇଲା ଟିଣ ଛପର। କାଳବୈଶାଖୀ ଯୋଗୁଁ ସହରରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ। SDO କଲୋନୀରେ ଏକ ସରକାରୀ ବାସଗୃହ ଉପରେ ଗଛ ପଡିବାରୁ ଘରଟି ଭାଙ୍ଗି ଯାଇଛି । ସୁବାସ ବୋଷ ଛକରେ ଏକ ବିରାଟ ଗଛ ଭାଙ୍ଗି ପଡିବା ଫଳରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି ।
ଗତକାଲି ମଧ୍ୟ ଅଚାନକ ମାଡ଼ି ଆସିଥିଲା କାଳବୈଶାଖୀ ଆଉ ରଚିଥିଲା ତାଣ୍ଡବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ଘଣ୍ଟା ପ୍ରତି ୪୦ ରୁ ୬୦ ତ କେଉଁଠି ୬୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଥିଲା । ଏହି ବର୍ଷା ଯୋଗୁଁ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୫ରୁ ୧୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଯାହା ଗତ କିଛି ସପ୍ତାହର ଗ୍ରୀଷ୍ମ ପ୍ରବାହକୁ ପ୍ରଶମିତ କରିଥିଲା । ତେବେ ଦୀର୍ଘଦିନ ଧରି ସନ୍ତୁଳି ହେଉଥିବା ସାଧାରଣ ଲୋକ ଶେଷରେ ପାଇଥିଲେ ଆଶ୍ବସ୍ତି ।