ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ଯିବା ପାଇଁ ମନା କଲେ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ହାଇକମାଣ୍ଡ ପ୍ରସ୍ତାବ ଦେଇଥିଲେ, ମାତ୍ର ମୁଁ ଅଗ୍ରାହ୍ୟ କରି ସାରିଛି କହିଲେ। ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ କର୍ଣ୍ଣାଟକ ରାଜନୀତିରେ ରହିବି ଜଣାଇ ସାରିଛି।
ମୁଖ୍ୟପନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଧରମେୟାଙ୍କ ପ୍ରତିକ୍ରିୟା ସମ୍ନାକୁ ଆସିଛି। ସେ କହିଛନ୍ତି ଯେ ହାଇକମାଣ୍ଡ କହିବାରୁ ସେ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ସକ୍ରିୟ ରାଜନୀତିରୁ ଦୂରେଇବେ ନାହିଁ କିମ୍ବା ଜାତୀୟ ରାଜନୀତିରେ ତାଙ୍କର କୌଣସି ରୁଚି ନାହିଁ। ସେ ରାଜ୍ୟ ରାଜନୀତିରେ କାମ କରିବେ ବୋଲି ସିଦ୍ଧରମେୟା କହିଛନ୍ତି।
ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କୁ ରାଜ୍ୟସଭା ଅଫର କରାଯାଉଥିଲା। ସେ କିନ୍ତୁ ରାଜ୍ୟ ରାଜନୀତିରେ ରହିବାକୁ ଚାହାଁନ୍ତି। ଏଥିପାଇଁ ସେ ରାଜ୍ୟସଭା ଅଫରକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସିଦ୍ଧରମେୟା କହିଛନ୍ତି। ଦିଲ୍ଲୀରେ କଂଗ୍ରେସ ବୈଠକ ହେବା ପରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଓ ସେ ରାଜ୍ୟସଭା ସାଂସଦ ହୋଇ ଦିଲ୍ଲୀ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବରିଷ୍ଠ ନେତାଙ୍କ ବୟାନ ପରେ ଏହି ଅନୁମାନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
“ମୋତେ ରାଜ୍ୟସଭା ଯିବାକୁ ପଚରାଯାଇଥିଲା। କିନ୍ତୁ ମୁଁ ବିନମ୍ରତାର ସହ ମନା କରିଦେଇଥିଲି। ମୋର ରାଜ୍ୟ ରାଜନୀତିରେ ଆଗ୍ରହ ରହିଛି। ଲୋକେ ମୋତେ ୫ ବର୍ଷ ପାଇଁ ନିର୍ବାଚିତ କରିଛନ୍ତି। ତେଣୁ ମୋ ହାତରେ ଆଉ ଦୁଇ ବର୍ଷ ସମୟ ଅଛି। ତେଣୁ ମୁଁ ଏଠାରେ ରହିବି।