ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ପ୍ରେସମିଟ୍। କାଲିଠୁ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ। ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ। ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଛି-CEO।
ରାଜ୍ୟରେ ଶନିବାର ଠାରୁ ଏସଆଇଆର ଆରମ୍ଭ ହେବାକୁ ଥିବାବେଳେ ଜୁନ୍ ୨୮ ତାରିଖ ଯାଏଁ ଚାଲିବ । ଏଥିପାଇଁ ୪୫ ହଜାର ୨୫୫ ବୁଥ୍ ଲେଭଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ସମସ୍ତଙ୍କ ତାଲିମ ସରିଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ । ଏହାସହ ୩୧ ହଜାର ୨୬ ବୁଥ୍ ଲେଭଲ ଏଜେଣ୍ଟ ମଧ୍ୟ ଦେଇଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ୩ଟାରୁ ୫ଟା ବୁଥ୍ରେ ଉପସ୍ଥିତ ରହିବେ ବିଏଲଓ । ସକାଳେ ଘର ଘର ବୁଲି ଗଣନା କରିବେ ।
ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଅର୍ଥାତ ୩ କୋଟି ୧୬ ଲକ୍ଷ ୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି । ୧୭ ପ୍ରତିଶତ ସାମାନ୍ୟ ତ୍ରୁଟି ବାହାରିଛି । ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି । ଡୋର ଡୋର ବୁଲିବା ବେଳେ ତାକୁ ସଂଶୋଧନ କରିବେ ବିଏଲଓ । ମ୍ୟାପିଂ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ସାଇନ କରିବେ । ଭୋଟର ଚାହିଁଲେ ନୂଆ ଫଟୋ ଦେଇ ପାରିବେ । ସବୁ ଭୋଟରଙ୍କୁ ୨ଟା ଫର୍ମ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।