୩ ଚ୍ୟାନେଲକୁ କଲା ବୟକଟ୍‌ ଟିଏମସି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୩ ଟିଭି ଚ୍ୟାନେଲକୁ ବୟକଟ କଲା ଟିଏମସି। ବର୍ତ୍ତମାନ ଏହି ତିନିଟି ଟିଭି ନ୍ୟୁଜ ଚ୍ୟାନେଲକୁ ଦଳୀୟ ମୁଖପାତ୍ର ପଠାଇବ ନାହିଁ ଟିଏମସି। ଚ୍ୟାନେଲ ଗୁଡିକ ହେଲା- ଏବିପି ଆନନ୍ଦ, ରିପବ୍ଲିକ ଏବଂ ଟିଭି ୯। ଚ୍ୟାନେଲ ଗୁଡ଼ିକ ବଙ୍ଗଳା ବିରୋଧୀ ଏଜେଣ୍ଡାର ପ୍ରଚାର ପ୍ରସାର କରୁଥିବା ନେଇ ଅଭିଯୋଗ କରିଛି ଦଳ। ଏହି ତିନି ଚ୍ୟାନେଲ ହିନ୍ଦୀ ସହିତ ବଙ୍ଗଳା ଭାଷାରେ ନିଜର ମିଡିଆ ସଂସ୍ଥା ରଖିଛନ୍ତି। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସମାଲୋଚନାର ଶିକାର ହୋଇଛି ତୃଣମୂଳ କଂଗ୍ରେସ।

ଏହାପରେ ଉପରୋକ୍ତ ୩ଟି ଚ୍ୟାନେଲକୁ ‘ବେଙ୍ଗଲ ବିରୋଧୀ’ କହି ବୟକଟ କରିଛି। ଏହି ଟିଭି ଚ୍ୟାନେଲ୍ ବିତର୍କକୁ ନିଜର ମୁଖପାତ୍ରଙ୍କୁ ନ ପଠାଇବାକୁ ଏବେ ଟିଏମସି ନିଷ୍ପତ୍ତି ନେଇଛି। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସମାଲୋଚନାର ଶିକାର ହୋଇଛି ତୃଣମୂଳ କଂଗ୍ରେସ। ଏହାପରେ ଉପରୋକ୍ତ ୩ଟି ଚ୍ୟାନେଲକୁ ‘ବେଙ୍ଗଲ ବିରୋଧୀ’ କହି ବୟକଟ କରିଛି। ଏହି ଟିଭି ଚ୍ୟାନେଲ୍ ବିତର୍କକୁ ନିଜର ମୁଖପାତ୍ରଙ୍କୁ ନ ପଠାଇବାକୁ ଏବେ ଟିଏମସି ନିଷ୍ପତ୍ତି ନେଇଛି।

ବଙ୍ଗଳାବାସୀ ବଙ୍ଗଳା ବିରୋଧୀ ମେଣ୍ଟକୁ କ୍ରମାଗତ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସବୁବେଳେ ପ୍ରଚାର ଅପେକ୍ଷା ସତ୍ୟକୁ ବାଛିଛନ୍ତି ବୋଲି ଟିଏମସି କହିଛି। କିଛି ଦିନ ତଳେ ଏବିପି ଆନନ୍ଦଙ୍କୁ ନେଇ ଏକ ଟିଭି ବିତର୍କ ବେଳେ ବରିଷ୍ଠ ଟିଏମ୍‌ସି ନେତା ତଥା ସାଂସଦ କାକୋଲି ଘୋଷ ଦସ୍ତିଦାର ଏବଂ ବିଜେପି ବିଧାୟକ ଅଗ୍ନିମିତ୍ର ପାଲଙ୍କ ମଧ୍ୟରେ ବିବାଦ ହୋଇଥିଲା। ଲୋକସଭାରେ ଟିଏମ୍‌ସିର ଉପନେତା ଶ୍ରୀମତୀ ଦସ୍ତିଦାର ପ୍ରଖ୍ୟାତ ଫ୍ୟାସନ୍ ଡିଜାଇନର୍ ଶ୍ରୀମତୀ ପାଲଙ୍କୁ ‘ଶାଢ଼ି ନିର୍ମାତା’ ବୋଲି କହିଥିଲେ।ଏହାପରେ ନିଜ ବୟାନ ପାଇଁ ଦୁଃଖିତ କହିବା ସହିତ କ୍ଷମା ପ୍ରାର୍ଥନା କରିଥିଲେ। ମହିଳାଙ୍କ କଲ୍ୟାଣ ଓ ଅଧିକାର ପାଇଁ ମୋର ଉଦ୍ଦେଶ୍ୟ ସବୁବେଳେ ରହିଆସିଛି ଓ ରହିବ ବୋଲି ଟିଏମସି ନେତ୍ରୀ ଏକ୍ସରେ ପୋଷ୍ଟ କରିଥିଲେ।

Leave A Reply

Your email address will not be published.