ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଓଡ଼ିଶା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ। ବିକାଶର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଓଡ଼ିଶା। ଏହି ଅବସରରେ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ,ମେୟର ସୁଲୋଚନା ଦାସ , ମନ୍ତ୍ରୀ ଅଶୋକ ପଣ୍ଡା ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ଆଜିର ଯୁବ ପିଢ଼ି ବିଜୁ ବାବୁଙ୍କ ଆଦର୍ଶ ଓ ବିଚାରରେ ଅନୁ ପ୍ରାଣିତ ହୋଇ ଆଗକୁ ବଢ଼ିବାକୁ ଆହ୍ଵାନ ଦେଇଥିଲେ ସମସ୍ତେ। ବିଜୁ ବାବୁ ଥିଲେ କୋଟି କୋଟି ଓଡିଆଙ୍କ ପ୍ରାଣପ୍ରିୟ ନେତା ।

ସେଥିଲେ ଏକାଧାରରେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ, ଯୁଦ୍ଧ ବିଶାରଦ ପାଇଲଟ, ବିଚକ୍ଷଣ ପ୍ରତିଭାର ଅଧିକାରୀ ତଥା ପ୍ରବାଦ ପୁରୁଷ । ଯାହାଙ୍କ ନାମ ସ୍ମରଣ ମାତ୍ରେ ଓଡିଆ ସ୍ୱାଭିମାନର ଶାଣିତ ସ୍ୱର ମନରେ ଗୁଞ୍ଜରିତ ହୁଏ । କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏ ଏହି ଟଲ୍‌ ମ୍ୟାନ୍‌ ଛାଡିଯାଇଛନ୍ତି ନିଜ ସାହସିକତା, ବୁଦ୍ଧିମତା ଓ ଜନନେତାର ଅଲିଭା ପଦଚିହ୍ନ। ବିଜୁଙ୍କ ସ୍ୱପ୍ନର ଗଠନ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ନବୀନ ଓଡ଼ିଶା ଗଠନର ପଡ଼ିବ ମୂଳଦୂଆ। ଏକ ସମୃଦ୍ଧ, ସଶକ୍ତ, ଓ ସ୍ୱାଭିମାନ ଓଡ଼ିଶା ଗଢିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଆଜି ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ।

Leave A Reply

Your email address will not be published.