ଆଜି ପବିତ୍ର ଅଶୋକାଷ୍ଟମୀ; ଟଣାହେବ ଲିଙ୍ଗରାଜଙ୍କ ରୁକୁଣା ରଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରହିଛି ଏକାମ୍ର କ୍ଷେତ୍ର । ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ  ଆଜି ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯାଇଛି। ଅପରାହ୍ଣ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ। ରଥଯାତ୍ରା ପାଇଁ ସୋମବାର ରାତିରେ ରଥ ପ୍ରତିଷ୍ଠା କରାଯାଇଥିଲା । ଆଜି ଅପରାହ୍ନ 3.30 ପରେ ଆରମ୍ଭ ହେବ ରଥଟଣା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ଚୈତ୍ରମାସ ଅଶୋକାଷ୍ଟମୀ ଠାରୁ ଆରମ୍ଭ ହୋଇଥାଏ। ୨୦ ତାରିଖରେ ବାହୁଡ଼ା ହେବ। ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ଏହି ଯାତ୍ରାକୁ ହିନ୍ଦୁଧର୍ମରେ ପାପ ବିନାଶକାରୀ ଯାତ୍ରା ଭାବେ ପରିଗଣିତ କରାଯାଏ।

ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଜରିଆରେ ସିନିୟର୍ ଅଫିସର ମନିଟର କରିବେ ରଥଯାତ୍ରା । ରଥଟଣା ସମୟରେ ରଥ ରୋଡରେ ଗାଡି ଚଳାଚଳ ଉପରେ ରୋକ ଲାଗିଛି । ମାଉସୀମା ଛକରୁ ସମସ୍ତ ଗାଡି ଚଲାଚଳକୁ ଡାଇଭର୍ଟ କରାଯାଇଛି । ଜାଗର ସମୟରେ ହୋଇଥିବା ପାର୍କିଂରେ ଗାଡି ପାର୍କିଂ କରାଯିବ । ରଥଯାତ୍ରାକୁ ଶୃଙ୍ଖଳିତ ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ସେହିପରି ଦୁଇ ଜଣ ଅତିରିକ୍ତ ଡିସିପି ସହ 6 ଜଣ ଜୋନାଲ ଏସିପି, 15 ଜଣ ଇନ୍ସପେକ୍ଟର ସହ 50ରୁ ଊର୍ଦ୍ଧ୍ବ ସବ ଇନ୍ସପେକ୍ଟର ଓ ଏଏସଆଇ ନିୟୋଜିତ ହୋଇଛନ୍ତି । ଏଥିସହ ଟ୍ରାଫିକ ଅଧିକାରୀଙ୍କ ସହ 100ରୁ ଊର୍ଦ୍ଧ୍ବ କନେଷ୍ଟବଳ, ହାବିଲଦାର ଓ ହୋମଗାର୍ଡ ସୁରକ୍ଷା ଜଙ୍କସନ ଓ ଛକ ବା ଗଳି ପାଖରେ ରହିବେ । ରଥରୋଡ ଓ ରଥଯାତ୍ରା ଯିବାକୁ ଥିବା ରାସ୍ତା ଉପରେ ଗାଡି ପାର୍କିଂ କରାଯିବ ନାହିଁ । ଗାଡି ରଖିଲେ ଉଠାଇ ନେବ ସ୍ବତନ୍ତ୍ର ଟୁଇଙ୍ଗ ଗାଡି ।

Leave A Reply

Your email address will not be published.