ଆଜି ଦେଶ ପାଳୁଛି ଭାରତୀୟ ସେନା ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଦେଶ ପାଳୁଛି ଭାରତୀୟ ସେନା ଦିବସ | ଆଜି ଦେଶ ମକର ସଂକ୍ରାନ୍ତି ପର୍ବ ପାଳନ କରୁଛି। ଆଜି ମଧ୍ୟ ଭାରତ ପାଇଁ ଆଉ ଏକ ବିଶେଷ ଦିନ। ଆଜି ହେଉଛି ‘ଭାରତୀୟ ସେନା ଦିବସ’। ପ୍ରତିବର୍ଷ ୧୫ ଜାନୁଆରୀରେ ‘ଭାରତୀୟ ସେନା ଦିବସ’ ପାଳନ କରାଯାଏ।

ଏହି ଦିନ ଭାରତ ଇତିହାସରେ ଏକ ଗୌରବର ଦିନ। ଏହି ଗୌରବକୁ ବଢାଇବା ପାଇଁ, ସୀମା ସୁରକ୍ଷା କରୁଥିବା ସୁରକ୍ଷାରେ ମୁଖ୍ୟ ଭୂମିକା ଗହଣ କରୁଥିବା ସୈନିକମାନଙ୍କୁ ଏହି ଦିନ ସମ୍ମାନିତ କରାଯାଏ। ଆଜି ଦେଶ ୭୬ତମ ‘ଭାରତୀୟ ସେନା ଦିବସ’ ପାଳନ କରୁଛି। ନୂଆଦିଲ୍ଲୀ ଏବଂ ସମସ୍ତ ସେନା ମୁଖ୍ୟାଳୟରେ ସାମରିକ ପରେଡ, ସାମରିକ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶର ସେନାର ଶୌର୍ଯ୍ୟ, ବୀରତ୍ୱ ଏବଂ ବଳିଦାନକୁ ସ୍ମରଣ କରାଯାଉଛି। ଏହି ସମୟରେ ଭାରତୀୟ ସେନାର ବହୁ ବଡ ବଡ ପଦରେ ଇଂରେଜମାନେ କାର୍ଯ୍ୟ କରୁଥିଲେ। ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଇଂରେଜମାନେ ହିଁ ବରିଷ୍ଠ ଅଧିକାରୀ ରହିଥିଲେ।

କିନ୍ତୁ ୧୯୪୯ ମସିହାରେ ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ଫ୍ରାନସିସ୍ ବଚର୍, ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ. କରିଅପ୍ପାଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଆଉ ଏହି ଦିନ ହିଁ ଥିଲା ଜାନୁଆରୀ ୧୫ ତାରିଖ। ୧୫ ଜାନୁଆରୀ ୨୦୨୪ରେ ଭାରତୀୟ ସେନା ଏହାର ୭୬ତମ ସେନା ଦିବସ ପାଳନ କରୁଛି। ଚଳିତ ବର୍ଷ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଦିବସ ପାଳନ କରାଯାଉଛି। ଦ୍ୱୀତୟ ଥର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ସେନା ଦିବସ ଆୟୋଜନ କରାଯାଉଛି। ଗତ ବର୍ଷ ୨୦୨୩ ମସିହାରେ ବେଙ୍ଗାଲୁରୁର ଗୋବିନ୍ଦସ୍ୱାମୀ ପ୍ୟାରେଡ ଗ୍ରାଉଣ୍ଡରେ ସେନା ଦିବସ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.