ଆସନ୍ତାକାଲି ଜନପଥରେ ପଥୋତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତାକାଲି ଜନପଥରେ ପଥୋତ୍ସବ। ଏଭଳି ଶୀତୁଆ ପାଗକୁ ଆହୁରି ମଜାଦାର କରିବାକୁ ଖୁବଶୀଘ୍ର ରାଜଧାନୀକୁ ଫେରୁଛି ପଥୋତ୍ସବ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶରେ କାଲି ମାଷ୍ଟର କାଣ୍ଟିନ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡିଆ ଯାଏ ପଥୋତ୍ସବ କରାଯିବ।

ତେବେ ମଙ୍ଗଳବାର ଦିନ ମାଷ୍ଟରକାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ କରାଯିବ । ତେବେ ସୂଚନା ମୁତାବକ, ସକାଳ ୭ଟା ୩୦ରୁ ୧୦ଟା ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବା ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚଳିତବର୍ଷ ପଥୋତ୍ସବ କାର୍ଯ୍ୟକ୍ରମରେ ଓ୍ବାକାଥନ୍ ମଧ୍ୟ କରାଯିବ। ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏହି ପ୍ରୟାସ କରାଯାଇଛି। ୧୭ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଏଥିରେ ସାମିଲ ହେବାକୁ କୁହାଯାଇଛି। ଏନେଇ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.