ଡ୍ରାଇଭରଭାଇମାନଙ୍କୁ ମୋଟର ଯାନ ଚାଳନା ପାଇଁ ସରକାରଙ୍କ ତରଫରୁ ତାଲିମ ଶିବିର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ସହରସ୍ତ ଟେକ୍ସି ଷ୍ଟାଣ୍ଡ ପରିସରରେ ଓଡିଶା ସରକାରଙ୍କ ଆଇ ଡି ଟି ଆର୍ ଏସ୍ ଓ ଅଶୋକ ଲିଲ୍ୟାଣ୍ଡ ମିଳିତ ସହାୟତାରେ ସୁଦୂର କେନ୍ଦୁଝରରୁ ତାଲିମ ପ୍ରଶିକ୍ଷକ ହିମାଂଶୁ ଶେଖର ରାଉତ, ଫାଇଜାନ ଅଫସାର, ସ୍ବାତୀ ରାଣୀ ଦାସ ଓ ଅଭିନାଶ କୁମାର ସିଂହ ଆସି ରାସ୍ତାକୁ ସୁରକ୍ଷିତ କରିବା ପାଇଁ ସରକାରଙ୍କ ଉତ୍ତମ ଚାଳକ ପ୍ରଶିକ୍ଷଣ ଯୋଜନା ବିଷୟରେ ଡ୍ରାଇଭର ଭାଇମାନଙ୍କୁ ଅବଗତ କରାଇଥିଲେ | ଫେଶର ଡ୍ରାଇଭିଂ ପ୍ରଶିକ୍ଷଣ ଅବଧି ତିରିଶି ଦିନ |

ଏହାର ଯୋଗ୍ୟତା ପ୍ରାର୍ଥୀଙ୍କ ପାଖରେ ହାଲୁକା ମୋଟର ଯାନ ( L M V) ଚାଳନା ଲାଇସେନ୍ସ ଏକ ବର୍ଷ ପୁରୁଣା ହୋଇଥିବା ଆବଶ୍ୟକ | ରିଫ୍ରେସର ଟ୍ରେନିଂ ପ୍ରଶିକ୍ଷଣ ଅବଧି ତିନି ଦିନ | ଏହାର ଯୋଗ୍ୟତା କିଛି H M V ଗାଡି ଚାଳକ ଯାନ ଚାଳନର ଆନୁଷ୍ଠାନିକ ତାଲିମ ନ ଥାଇ ମଧ୍ୟ ଗାଡି ଚଳାଉଛନ୍ତି କିମ୍ବା ସେମାନଙ୍କର ସଠିକ ଟେଷ୍ଟ ହୋଇନାହିଁ , ସେମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚମାନର ତାଲିମ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ | ଏହା ଡ୍ରାଇଭର ଭାଇମାନଙ୍କ ପାଇଁ ମାଗଣା ମୋଟର ଯାନ ଚାଳନା ତାଲିମ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ | ଏହି ପ୍ରଶିକ୍ଷଣ କେନ୍ଦ୍ର ଗଂଜାମ , କେନ୍ଦୁଝର, ଛତିଆ ଓ ବଣାଇ ଠାରେ ଅବସ୍ଥିତ |

ତାଲିମ ସମୟରେ ଯୋଗ, ପ୍ରାଣୟାମ, ସ୍ବାସ୍ଥ୍ୟରକ୍ଷା ତଥା ଯୋଗାଯୋଗ ଦକ୍ଷତା ତାଲିମ, ପ୍ରାଥମିକ ଆଶୁ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥାଏ | ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଡ୍ରାଇଭରଭାଇମାନଙ୍କ ମଧ୍ୟରେ ରାଇରଙ୍ଗପୁର ବ୍ଲକ ସଭାପତି ତଥା ମୟୂରଭଂଜ ଜିଲ୍ଲା ଉପସଭାପତି ଅମୂଲ୍ୟ କୁମାର ମହାନ୍ତ, ଉପଦେଷ୍ଟା ରାଇରଙ୍ଗପୁର ବ୍ଲକ୍ ଦିଲ୍ଲୀପ ମହାନ୍ତ, ଛତିଶ ପଟ୍ଟନାୟକ, ପବନ କୁମାର ଗୋପାଳ, ରାମଦାସ ମାହାଲି, ମଣ୍ଟୁ ମହାନ୍ତ, ପବିତ୍ର ମହାନ୍ତ, ଅସିମ୍ ଖାନ୍, ସନାତନ ମହାନ୍ତ, ମନିଶ କୁମାର ମହାନ୍ତ, କାହ୍ନୁଚରଣ ମହାନ୍ତ, ପଦ୍ମଲୋଚନ ବିନ୍ଧାଣୀ, ଏସ୍ କେ ଇନତାଜ୍, ମିହିର ମହାନ୍ତ, ଦିଲ୍ଲୀପ ଜେନା ଓ ଅମିତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.