ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଧାନସଭା ପରିସରରେ ହେବ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ” ଆଜି ଓ ଆସନ୍ତାକାଲି (17 ଏବଂ 18 ତାରିଖ) ଜ୍ଞାନ ସଂସ୍କାର ଅଭ୍ୟାସ କାର୍ଯ୍ୟକ୍ରମ ବିଧାନସଭାରେ ଅନୁଷ୍ଠିତ ହେବ । 84 ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ବିଧାନସଭାର ପରମ୍ପରା ଅନୁସାରେ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥାଏ ।
ନୂଆ ବିଧାୟକଙ୍କୁ ବିଧାନସଭାର ନୀତି ନିୟମ ବାବଦରେ ଅବଗତ କରାଯିବା ସହ ପ୍ରଶିକ୍ଷଣ ଦିଆଯାଏ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । କାର୍ଯ୍ୟକ୍ରମରେ ଲୋକସଭାର ରିସର୍ଚ୍ଚ ଅନୁଷ୍ଠାନର ଅଧିକାରୀ ପ୍ରଶିକ୍ଷଣ ଦେବେ । କାର୍ଯ୍ୟକ୍ରମରେ ବକ୍ତା ଭାବେ ବିଜେଡିର ଦୁଇ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରିଛୁ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ କରିଛୁ । କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ଦେଶର ଶ୍ରେଷ୍ଠ ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ସାମିଲ ହେବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ, ଜୁଏଲ ଓରାମ ଆସିବେ ।
ରାଜ୍ୟସଭା ଉପାଧକ୍ଷ ହରିବଂଶ ପ୍ରସାଦ ପହଞ୍ଚି ତାଙ୍କର ଅଭିଜ୍ଞତା ବାଂଟିବେ ।” ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଏଥର ୮୭ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି। ପରମ୍ପରା ଅନୁସାରେ ନୂଆ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୁଏ। ସେହି କ୍ରମରେ ଏହା ଆୟୋଜନ କରାଯାଇଛି।
Comments are closed.