ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଇକ ଚାଳକଙ୍କ ଉପରେ ମାଡ଼ି଼ଗଲା ଆମ୍ବୁଲାନ୍ସ। ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାର ଫାସଡ଼ ଛକରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଲୋଇସିଂହା ନିକଟସ୍ଥ ଜଡ଼ାମୁଡା ଗାଁର ସୁମନ୍ତ ପ୍ରଧାନ। ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକାମାନେ ରାସ୍ତାରୋକ କରିଛନ୍ତି। ଆମ୍ବୁଲାନ୍ସଟି ରୋଗୀ ଛାଡି ଫେରିବା ବେଳେ ଏଭଳି ଅଘଟଣ ଘଟିଛି।

ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଫେରାର ହୋଇଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ସୂଚନା ମୁତାବକ, ଆଜି ସକାଳେ ସୁମନ୍ତ ବାଇକ୍ ଯୋଗେ ବଲାଙ୍ଗିରରୁ ଲୋଇସିଂହା ଅଭିମୁଖେ ଯାଉଥିଲେ। ଏହି ସମୟରେ ଫାସଡ଼ ନିକଟରେ ବୀପରିତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁମନ୍ତଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଏବଂ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ ଦାବି କରିଛନ୍ତି ଲୋକେ। ଲୋଇସିଂହା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଦୁର୍ଘଟଣାପରେ ବାଇକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ଜଣାଯାଇଛି।

Leave A Reply

Your email address will not be published.