GST ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): GST ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ। ୫ କୋଟି ୮୫ ଲକ୍ଷ ଟଙ୍କାର ଟିକସ ହେରଫେର କରିଥିବା ଅଭିଯୋଗରେ ଫସିଛନ୍ତି ଯାଜପୁର ସିଟି (କେନ୍ଦ୍ରୀୟ କର) ଏବଂ ଜିଏସଟି (ସାମଗ୍ରୀ ଏବଂ ସେବା କର) ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର(ସହକାରୀ ଆୟୁକ୍ତ) ବିନୟ ଭୂଷଣ ତ୍ରିପାଠୀ।

ଜଣେ ଡିଲରଙ୍କଠାରୁ ଜବତ ହୋଇଥିବା ସ୍କ୍ରାପକୁ ବିନୟ ଅନ୍ୟତ୍ର ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ,  GST ଅତିରିକ୍ତ କମିଶନର ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି। ଭୁବନେଶ୍ୱର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

ବିନୟ ଭୂଷଣଙ୍କର  ଭୁବନେଶ୍ୱର ୟୁନିଟ୍ ୨ରେ ଥିବା କ୍ୱାର୍ଟର୍ସ ଓ ଖୋର୍ଦ୍ଧାରେ ଥିବା ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି।  କଟକ ଭିଜିଲାନ୍ସ ଡିଭଜନ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।  ଚଢ଼ାଉ ବିଭିନ୍ନ କମ୍ପାନୀର କିଛି ଡକ୍ୟୁମେଣ୍ଟ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି।

Leave A Reply

Your email address will not be published.