ବିଧବା ମହିଳାଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବିଧବାଙ୍କ ଗଳା କାଟି ହତ୍ୟା ପରେ ତିଗିରିଆ ଥାନାରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଛି। ମୃତକ ହେଲେ କଳ୍ପନା ଦାଶ(୪୫) ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ(୩୫)।

ସୂଚନା ମୁତାବକ,  କାର୍ତ୍ତିକଙ୍କୁ ବୟସ ୧୦ ବର୍ଷ ହୋଇଥିବା ବେଳେ ସେ ବିଧବା ମହିଳାଙ୍କ ଘରେ ରହିଆସୁଥିଲେ। ତାଙ୍କ ଘରେ ବୋଲହାକ କରୁଥିଲେ। ମଝିରେ ମଝିରେ କାର୍ତ୍ତିକ ଓ ବିଧବା ମହିଳାଙ୍କର ଝଗଡ଼ା ହୋଇଥାଏ। ଗତକାଲି ରାତିରେ ବିଧବା ମହିଳାଙ୍କ ସହ କାର୍ତ୍ତିକଙ୍କର ବଚସା ହୋଇଥିଲା।

ପରେ କାର୍ତ୍ତିକ ବିଧବା ମହିଳାଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା। ପରେ ତିଗିରିଆ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା। ପୁଲିସ କାର୍ତ୍ତିକଙ୍କୁ ଅଟକ ରଖିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସମ୍ପତ୍ତି ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.