ଟ୍ରକ କାର ଧକ୍କା; ୪ଆହତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରକ କାର ଧକ୍କା, ୪ଆହତ। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ୱର ଜାତୀୟ ରାଜପଥ ପାଇକାଳି ନିକଟରେ ଏକ ବାଲି ବୋଝେଇ ଟ୍ରକ ପଛପଟୁ ଏକ ଅଲ୍ଟୋ କାର ଧକା ଦେବା ଫଳରେ ଚାରିଜଣ ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ କଣ୍ଟେଇ ଅଞ୍ଚଳର ଜଣେ ରୋଗୀଙ୍କୁ ନେଇ କାରରେ କଟକ ଯାଉଥିବା ବେଳେ ଏହାର ଚାଳକ ଭାରସାମ୍ୟ ହରାଇ ବାଲି ବୋଝେଇ ଟ୍ରକ ପଛରୁ ଧକା ଦେଇଥିଲା।

ଫଳରେ କାରରେ ଥିବା ରଫିତ ଅଲ୍ଲୀ ଖାନ ଗୁରୁତର ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇ ଥିବା ଜଣା ପଡିଛି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ରଫିତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି।

Leave A Reply

Your email address will not be published.