ଦୁଇ ଝାଡଖଣ୍ଡ ଅପରାଧୀ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁଇ ଝାଡଖଣ୍ଡ ଅପରାଧୀ ଗିରଫ | ବଡବିଲ ଭଞ୍ଜ କଲୋନୀରେ ଯୁବକଙ୍କୁ ଛୁରାମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ସହ ମାରଣାସ୍ତ୍ର ଜବତ୍, ଜଣେ ଫେରାର | ବୁଧବାର ବଡବିଲ ପିଏଚଡିସ୍ଥିତ ଭଞ୍ଜ କଲୋନୀର ଅନୁପ କୁମାର ବିଶ୍ଵକର୍ମାଙ୍କୁ ୩ ଜଣ ଦୁର୍ବୃତ୍ତ ଛୁରା ମାଡ କରି ଫେରାର ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ଅଭିଯୁକ୍ତଙ୍କୁ ବଡବିଲ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ବଡବିଲ ଥାନା ଆଇଆଇସି ଶ୍ରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତକାଲି ଦିନ ପ୍ରାୟ ସାଢେ ୧୦ଟା ବେଳେ ଏହି ୩ ଜଣ ଦୁବୃର୍ତ୍ତ ଅନୁପଙ୍କ ଘରକୁ ଆସି ତାଙ୍କ ମୁହଁରେ ବନ୍ଧୁକ ରଖିବା ସହ ମାରଣାସ୍ତ୍ର ଦେଖାଇ ଲୁଟିବାକୁ ଚେଷ୍ଟା କରିଥିଲେ। ମାତ୍ର ଅନୁପ ବାରଣ କରିବା ସହ ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ମାନେ ତାଙ୍କ ପେଟରେ ଛୁରୀ ଭୂଷି ଫେରାର ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଅନୁପଙ୍କୁ ବଡବିଲ ମେଡିକାଲ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରା ଯାଇଥିଲା ।

ଏନେଇ ଖବର ପାଇ ବଡବିଲ ପୋଲିସ ଘଟଣା ପଛରେ ପହଞ୍ଚି ଆଖପାଖର ସିସିଟିଭି ଫୁଟେଜ ଦେଖି ତଦନ୍ତ ଆରମ୍ଭ କରିବା ସହ ଏହି ଘଟଣାରେ ସଂପୃକ୍ତ ଝାଡଖଣ୍ଡ ରାଜ୍ୟ ଧାନବାଦ ଅଞ୍ଚଳର ୨ ଅଭିଯୁକ୍ତଙ୍କୁ ଗିରଫ ସହ ତାଙ୍କ ଠାରୁ ବନ୍ଧୁକ, ଗୁଳି ଓ ଭୁଜାଲି ଜବତ୍ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହି ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Leave A Reply

Your email address will not be published.