ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ଜିଲ୍ଲାର ତିନି ଦଳର ଶକ୍ତି ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ଜିଲ୍ଲାର ତିନି ଦଳର ଶକ୍ତି ପ୍ରଦର୍ଶନ |ନିର୍ବାଚନ ବିଗୁଲ ବାଜିଲା ପରେ ସମସ୍ତ ଦଳର ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ସମୟ ଚଳିତ ମାସ 25ତାରିଖ ଥିଲା | ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ର ଚାରିଗୋଟି ବିଧାନସଭା ଓ ଗୋଟିଏ ଲୋକସଭାର ସମସ୍ତ ଦଳର ପ୍ରାର୍ଥୀ ନିଜ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି |

ଗତକାଲି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଙ୍କ ସହ ଚାରିଜଣ ବିଜେଡି ବିଧାୟକ ପ୍ରାର୍ଥୀ ନିଜ ସମର୍ଥକଙ୍କ ମେଳ ରେ ଶକ୍ତି ପ୍ରଦର୍ଶନ କରିଥିଲେ | ଆଜି ନାମାଙ୍କନ ପତ୍ର ଦାଖଲ ର ଶେଷଦିନରେ ବିଜେପି ଓ କଂଗ୍ରେସ ର ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ ହଜାର ହଜାର ସମର୍ଥକ ଙ୍କ ସହ ନିଜ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା | ଆଜିର ଏହି ଶକ୍ତି ପ୍ରଦର୍ଶନ ରେ ନବରଙ୍ଗପୁର ସହର ହୁଲସ୍ତୁଲ ହୋଇପଡ଼ିଥିଲା |

ସେପଟେ ନିର୍ଦଳୀୟ ବିଧାୟକ ପ୍ରାର୍ଥୀ ଦାସରଥି ମାଝୀ ମଧ୍ୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ସହ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି | କଂଗ୍ରେସ ଦଳ ର ଶକ୍ତି ପ୍ରଦର୍ଶନ ଦେଖି କଂଗ୍ରେସ ପାଇଁ 2024ସାଧାରଣ ନିର୍ବାଚନନବରଙ୍ଗପୁର ଜିଲ୍ଲା ପାଇଁ ଶୁଭ ସଂକେତ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚ| ଚାଲିଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.