ବାଇକ୍‌କୁ ପିଟିଲା ଟ୍ରକ୍‌; ଚାଲିଗଲା ୩ ଜଣଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନୁଗୁ‌‌ଳ ଜିଲ୍ଲା ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ମାଲବାହୀ ଟ୍ରକ ବାଇକକୁ ପଛପଟୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି |

ସୂଚନା ମୁତାବକ, ଜରପଡା ଥାନା ଡେରେଜାଙ୍ଗ ଗାଁର ରୁପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୨) ଓ ସୁବ୍ରତ ପ୍ରଧାନ (୧୭) ଆଜି ସକାଳୁ ଏକ ବାଇକରେ ଅନୁଗୁଳ ବଜାରକୁ କୌଣସି କାମରେ ଆସୁଥିଲେ। ତେବେ ପଞ୍ଚମହଲା ନିକଟରେ ପଛ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ (ଏମ ପି -୦୯-ଏଚ ଏଚ -୮୨୭୬)ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ବାଇକରେ ଥିବା ତିନିଜଣଙ୍କ ଜୀବନ ଚାଲି ଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ସଦର ଥାନା ପୁଲିସ ସେଠାରେ ପହଞ୍ଚିଛି। ରାସ୍ତାରେ ଶହ ଶହ ଗାଡ଼ି ମଟର ଅଟକି ରହିଛି।

ଏଥି ମଧ୍ୟରେ ଦୁଇଜଣ ମାଛ ବ୍ୟବସାୟୀ ରହିଥିବା ବେଳେ କଲେଜ ଛାତ୍ର ସୁବ୍ରତ ଟିଉସନ ହେବାକୁ ଯାଉଥିବା ଜଣାପଡ଼ିଛି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ତାହା ସଫଳ ହୋଇ ପାରିନି।  ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

Leave A Reply

Your email address will not be published.