ବିନା ଆଧାର କାର୍ଡରେ ବ୍ୟାଙ୍କିଙ୍କଠୁ ନେଇ ଟିକେଟ୍ ବୁକିଂ କେମିତି କରିବେ ?

0

କରୋନା ମହାମାରୀ କାଳରେ ଟିକାକରଣ ସମେତ ଅନ୍ୟାନ୍ୟ ସରକାରୀ ଏବଂ ବେସରକାରୀ କାର୍ୟ୍ୟ ଆଧାର କାର୍ଡ ବିନା ପୂରା ହୋଇପାରୁନି । ଆଉ ଆଜିର ସମୟରେ ବିନା ଆଧାର କାର୍ଡରେ ଟିକେଟ୍ ବୁକିଂ ଠାରୁ ଆରମ୍ଭ ସ୍କୁଲ୍ ଆଡମିଶନ୍ ପର୍ଯ୍ୟନ୍ତ କୌଣସି କାମ ପୂରା ହୋଇପାରୁନି । ଏହି ସବୁ କାମ ପାଇଁ ଆଧାର କାର୍ଡ ଏବେ ବାଧ୍ୟତାମୂଳକ ହୋଇପଡ଼ିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆଧାର କାର୍ଡ ପ୍ରଦାନକାରୀ ସଂସ୍ଥା ବା ୟୁଆଇଡିଏଆଇ (UIDAI) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିୟମକୁ ପରିବର୍ତ୍ତନ କରାଯାଇଛି ।

ଏନେଇ ୟୁଆଇଡିଏଆଇ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ଯେ, କିପରି ବିନା ଆଧାର କାର୍ଡରେ ନିଜ ଜରୁରୀ କାମ ପୂରା କରିପାରିବେ । ୟୁଆଇଡିଏଆଇ ଅନୁସାରେ, ଆଧାର ଲେଟର୍(Aadhaar Letter), ଇ-ଆଧାର (eAadhaar), ଏମଆଧାର (mAadhaar) ଏବଂ ଆଧାର ପିବିସି (Aadhaar PVC Card) କାର୍ଡ ମଧ୍ୟ ସମାନ ରୂପରେ ମାନ୍ୟ ବା ସ୍ୱୀକାର୍ଯ୍ୟ ହୋଇପାରିବ । ଅର୍ଥାତ୍ ଏହାକୁ ବି ଆଧାର କାର୍ଡ ପରି ବ୍ୟବହାର କରିପାରିବେ ।

ସେହିପରି ଏମଆଧାର (mAadhaar) ମଧ୍ୟ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଆଧାର କାର୍ଡ ହଜିଯାଇଛି ତେବେ ବିନା ଶୁଳ୍କରେ https://eaadhaar।uidai।gov।in ରୁ ଡାଉନଲୋଡ୍ କରିପାରିବେ । ଏମଆଧାର କଥା ଯଦି କହିବା ତେବେ ଏହା ଆଧାରର ଏକ ଅଫିସିଆଲ୍ ଆପ୍ । ଏହି ଆପ୍ ମାଧ୍ୟମରେ ଆପଣ ମାନେ ନିଜର ଆଧାରକୁ ସୁରକ୍ଷିତ ରଖିପାରିବେ । ଯଦି ଆଧାର କାର୍ଡ ନାହିଁ ତେବେ ଆପଣ ମାନେ ଏହାକୁ ବ୍ୟବହାର କରିପାରିବେ । ଏହି ଆପ୍ ରେ ଆଧାର ସହିତ ଜଡ଼ିତ ୩୫ରୁ ଅଧିକ ସେବା ମିଳିବ ପାରିବ ।

Leave A Reply

Your email address will not be published.