ଭାରତ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କକୁ ଆହୁରି ସୁଦୃଢ କରିବ:ବୈଠକରେ ଆଲୋଚନା କଲେ ଧର୍ମେନ୍ଦ୍ର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କ ସହିତ ଭାରତ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଶ୍ରୀ ପ୍ରଧାନ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କ ଜୀବନବ୍ୟାପୀ ଶିକ୍ଷା ଗ୍ରହଣରେ ବ୍ୟାପକ ସୁଯୋଗ ସୃଷ୍ଟି କରିବା, ଦକ୍ଷତା ବିକାଶ, ଷ୍ଟାର୍ଟଅପ ଓ କ୍ଷୁଦ୍ର ଏବଂ ଅଣୁ ଉଦ୍ୟୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ମଜଭୁତ କରିବା ଦିଗରେ ଆଲୋଚନା ହୋଇଥିଲା I

ଏହି ବୈଠକରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ବର୍ତ୍ତମାନ କୌଶଳ ଓ ଦକ୍ଷତା ଡ଼ିଗ୍ରୀ ଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି I ଭାରତର ଥିବା ମାନବ ସମ୍ବଳ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଉଭା ହେଉଥିବା ନୂତନ ପ୍ରଯୁକ୍ତିବିଦ୍ୟା ତଥା ବ୍ୟାପକତା ସୁଯୋଗ ଉଭୟ ରାଷ୍ଟ୍ରର ବିକାଶ ପାଇଁ ସହାୟକ ହେବ I ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଭାରତର ତ୍ୱରିତ ବିକାଶ ପାଇଁ ଥିବା ଦୂରଦୃଷ୍ଟିକୁ ପ୍ରଶଂସା କରିଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି I

ଭାରତର ଦକ୍ଷତା ବିକାଶ ଇକୋସିଷ୍ଟମକୁ ଅଧିକ କ୍ରିୟାଶୀଳ କରିବା ସହ ଭବିଷ୍ୟତ ପାଇଁ ଏକ ପ୍ରତିଭାଶାଳୀ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସହମତି ପ୍ରକାଶ ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି I

Leave A Reply

Your email address will not be published.